ରାଜ୍ୟ

Durga Puja: ଦୁର୍ଗା ପୂଜାରେ ଆଲର୍ଟ ପୋଲିସ, ପେଣ୍ଡାଲରେ ଭିଡ଼ ଉପରେ ରହିଛି ନଜର : ଡିଜି

ଦୁର୍ଗା ପୂଜା ସମୟରେ ଆଲର୍ଟ ରହିଛି ପୋଲିସ । ପେଣ୍ଡାଲରେ ଭିଡ଼ ଉପରେ ରହିଛି ନଜର । ରାସ୍ତାରେ ଟ୍ରାଫିକ ଉପରେ ମଧ୍ୟ ପୋଲିସ ନଜର ରଖିଛି । ସିସିଟିଭି ଜରିଆରେ ସମସ୍ତ ଗତିବିଧି କଣ୍ଟ୍ରୋଲ କରାଯାଉଛି । ବିଶେଷକରି ଚୋରି, ଛିନତାଇ ଉପରେ ନଜର ରଖିବାକୁ ଫେଗ୍ ରେକଗନାଇସେନ୍ କ୍ୟାମେରା ନଜର ରଖିଛି । ଆବଶ୍ୟକ ସ୍ଥଳେ ୧୧୨ ନମ୍ବରକୁ କଲ୍ କଲେ ପୋଲିସ ତୁରନ୍ତ ପହଞ୍ଚିବ । ଏନେଇ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ପୋଲିସ ଡିଜି ।

ଏପଟେ ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଗାଁଠୁ ସହର, ସବୁଠି ଦଶଭୂଜାଙ୍କ ଆରାଧନା । ଆଜି ମଣ୍ଡପରେ ମାଆଙ୍କର ମହାସପ୍ତମୀ ପୂଜା । ପୀଠେ ମହାଷ୍ଟମୀ । ଗତକାଲି ବିଲ୍ୱଧିବାସ କରାଯାଇଛି । ଆଜି ମା’ଙ୍କର କଳସ ଯାତ୍ରା, ନବପାତ୍ରୀକା ପ୍ରବେଶ, ଚକ୍ଷୁ ଦାନ କରାଯିବ । ମହାଶକ୍ତି ମା’ ଦୁର୍ଗାଙ୍କ ଆଗମନରେ ଗଗନପବନ ପ୍ରକମ୍ପିତ ।

ଘଣ୍ଟ,ଘଣ୍ଟା ଓ ଶଙ୍ଖ ଧ୍ବନିରେ କମ୍ପୁଛି ଚାରିଆଡ଼ । ସବୁଠି ଭକ୍ତି, ଆଧ୍ୟାତ୍ମିକତା ଓ ଶକ୍ତି ଉପାସନାର ଅପୂର୍ବ ମାହୋଲ । ଦେବୀ ଦୁର୍ଗାଙ୍କୁ ଆବାହନ ଓ ଜାଗ୍ରତ କରିବା ପାଇଁ ବିଶେଷ ପୂଜା । ପୂଜାର ଶୁଭାରମ୍ଭ ସଂକଳ୍ପ । ଟ୍ଵିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମାହୋଲ୍ ଜମିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *

Back to top button