
ରାଜ୍ୟ
Pari Death Case : ପରୀ ହତ୍ୟାକାଣ୍ଡର CBI ତଦନ୍ତ ଦାବି କଲେ ମୃତ ପରୀଙ୍କ ବାପା, ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ
ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର CBI ତଦନ୍ତ ଦାବି କଲେ ମୃତ ପରୀଙ୍କ ବାପା । ପୁଣି ଥରେ ତଦନ୍ତ କରି ବିଚାର କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ୨୦୨୦ରେ ନୟାଗଡ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁ ଦାଣ୍ଡରେ ୫ ବର୍ଷର ଝିଅ ଖେଳୁଥିଲା। ଅପହରଣ ଓ ପରେ ହତ୍ୟାକାରାଯାଇ ଘର ପଛରେ ପକାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ତଦନ୍ତ କରି ଜଣେ ନାବାଳକ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ବିଚାର କରି ନାବାଳକ କୁ ୨୦ ବର୍ଷ ର କାରାଦଣ୍ଡ ଶୁଣାଯାଇଛି। କିନ୍ତୁ ରାୟ ରେ ଅସନ୍ତୁଷ୍ଟ ଥିଲେ ପରି ପରିବାର। ଏବେ ପୁଣିଥରେ ହାଇକୋର୍ଟଙ୍କ ନିଷ୍ପତିକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ ।