ଦେଶ ବିଦେଶ

Cafe Owner Death : କାଫେ ମାଲିକ ମୃତ୍ୟୁ ମାମଲା, ଶ୍ରଦ୍ଧା ଦୁବେ ଓ ଅନ୍ୟ ୨ ଜଣଙ୍କୁ ନେଇ ଲକ୍ଷ୍ନୌ ପହଞ୍ଚିଲା ଏସଟିଏଫ

କାଫେ ମାଲିକ ମୃତ୍ୟୁ ମାମଲାରେ ମଡେଲ ଶ୍ରଦ୍ଧା ଦୁବେ ଓ ଅନ୍ୟ ୨ ଜଣଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଲକ୍ଷ୍ନୌରେ ପହଞ୍ଚିଛନ୍ତି । ମଡେଲ ଶ୍ରଦ୍ଧା ଦୁବେ, ତାଙ୍କ ଭଉଣୀ ରଶ୍ମି ଦୁବେ ଏବଂ ଡ୍ରାଇଭର ତନଭୀର ଅଲିଙ୍କୁ ତିନି ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ମହାରାଷ୍ଟ୍ରରୁ ଉତ୍ତର ପ୍ରଦେଶ ଅଣାଯାଇଛି । ଏମାନଙ୍କୁ ନାଗପୁରରେ ଗିରଫ କରାଯାଇଥିଲା ।

୨୦୨୬ ଅକ୍ଟୋବର ୨୧ ରିଖରେ ନାଗପୁରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସମୀର ସତାରାମ କାମତ ଏହି ରିମାଣ୍ଡ ମଞ୍ଜୁର କରିଛନ୍ତି । ୟୁପି ପୋଲିସ ଓ ଏସଟିଏଫ୍ ଅଭିଯୁକ୍ତମାନଙ୍କୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଲକ୍ଷ୍ନୌ ନେଇ ପଚରାଉଚରା କରିପାରିବେ । ଲକ୍ଷ୍ନୌର ଜଣେ ୨୮ ବର୍ଷୀୟ କାଫେ ମାଲିକ ଶିବ ଶର୍ମା ଗତ ଅକ୍ଟୋବର ୯ରେ ହଜରତଗଞ୍ଜ ଅଞ୍ଚଳରେ ଥିବା ଶ୍ରଦ୍ଧା ଦୁବେଙ୍କ ଫ୍ଲାଟର ଚତୁର୍ଥ ମହଲାରୁ ପଡ଼ି ପ୍ରାଣ ହରାଇଥିଲେ ।

ଆରମ୍ଭରେ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ କୁହାଯାଉଥିଲା, କିନ୍ତୁ ମୃତ ଶିବଙ୍କ ମା’ ରଞ୍ଜନା ଶର୍ମାଙ୍କ ଅଭିଯୋଗ ଆଧାରରେ ପୋଲିସ BNS ଧାରା ୧୦୩ (୧) ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରିଛି । ତାଙ୍କ ପୁଅକୁ ମାଡ଼ ମରାଯାଇ ବିଲ୍ଡିଂରୁ ତଳକୁ ଠେଲି ଦିଆଯାଇଥିବା ସେ ଅଭିଯୋଗ କରିଥିଲେ ।

ଛାତରୁ ପଡିବା ସମୟରେ ମୃତ ଶିବ ଶର୍ମା କେବଳ ଅଣ୍ଡରଓେ୍ବୟାରରେ ଥିବା, ମୁହଁରେ ଲିପଷ୍ଟିକ, ଶରୀରରେ ସିଗାରେଟ ଦାଗ ଥିବା ପ୍ରଶ୍ନ ନେଇ ପୋଲିସ ପଚରାଉଚରା କରିବ । ୟୁପି ଏସଟିଏଫ୍, ଲକ୍ଷ୍ନୌ ପୋଲିସ ଓ ନାଗପୁର ପୋଲିସର ମିଳିତ ଅପରେସନ ବଳରେ ଗତକାଲି ଅଭିଯୁକ୍ତଙ୍କୁ ନାଗପୁରର ଏକ ଫ୍ଲାଟରୁ ଗିରଫ କରାଯାଇଛି । ଏହି ମାମଲାରେ ଅଭିଯୁକ୍ତ ଭଉଣୀଦ୍ୱୟଙ୍କୁ ଫେରାର ହେବାରେ ସାହାଯ୍ୟ କରିବା ସହ ନକଲି ସିମ୍ କାର୍ଡ ଓ ଗାଡ଼ି ଯୋଗାଇଥିବା ଅଭିଯୋଗରେ ଆମିର ନାମକ ଆଉ ଜଣେ ସହଯୋଗୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *

Back to top button