
Indian Airforce : ଇତିହାସ ରଚିଲା ଭାରତୀୟ ବାୟୁସେନା, ୧୩ ହଜାର ୬୨୯ ଫୁଟ୍ ଉଚ୍ଚରେ ଅବତରଣ କଲା ବିମାନ
ରେ, ବିଶ୍ୱରେ କୌଣସି IL-76MD ବିମାନ ଏତେ ଉଚ୍ଚତାରେ ଅବତରଣ କରିବାର ଏହା ପ୍ରଥମ ଘଟଣା। ଏହି ସଫଳତା ପଛରେ ରହିଛି ବାୟୁସେନା ପାଇଲଟ୍ ଓ କ୍ରୁ ସଦସ୍ୟଙ୍କ ଅସାଧାରଣ ଦକ୍ଷତା, ସଠିକ୍ ଯୋଜନା ଏବଂ ଉଚ୍ଚକୋଟୀର ବୃତ୍ତିଗତ କୌଶଳ।
ଅତ୍ୟଧିକ ଉଚ୍ଚତାରେ ବଡ଼ ପରିବହନ ବିମାନ ଅବତରଣ କରାଇବା ସହଜ କାମ ନୁହେଁ। ଏଭଳି ସ୍ଥାନରେ ବାୟୁର ଘନତ୍ୱ କମ୍ ଥିବାରୁ ବିମାନର ଉଡ଼ାଣ ଓ ଅବତରଣ କ୍ଷମତା ପ୍ରଭାବିତ ହୋଇଥାଏ। ତେଣୁ ପାଇଲଟଙ୍କୁ ଅତ୍ୟନ୍ତ ସତର୍କତା ଓ ନିର୍ଭୁଲ ନିୟନ୍ତ୍ରଣ ସହ ବିମାନ ଅବତରଣ କରାଇବାକୁ ପଡ଼ିଥାଏ। IL-76MD ହେଉଛି ଭାରତୀୟ ବାୟୁସେନାର ଏକ ଭାରୀ ସାମରିକ ପରିବହନ ବିମାନ।
ସେନା ଯବାନ, ଯୁଦ୍ଧ ସାମଗ୍ରୀ, ଅତ୍ୟାବଶ୍ୟକ ଉପକରଣ ଓ ଅନ୍ୟାନ୍ୟ ସାମରିକ ସାମଗ୍ରୀ ପରିବହନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଚୀନ ସୀମା ନିକଟବର୍ତ୍ତୀ ପୂର୍ବ ଲଦାଖରେ ଅବସ୍ଥିତ ନ୍ୟୋମା ଭାରତ ପାଇଁ ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରେ ବଡ଼ ସାମରିକ ପରିବହନ ବିମାନର ଅବତରଣ କ୍ଷମତା ସୀମାନ୍ତ ଅଞ୍ଚଳକୁ ଯବାନ ଓ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ସହାୟକ ହୋଇପାରିବ।
ଏହି ଐତିହାସିକ ଅବତରଣ କେବଳ ଏକ ବିମାନର ସଫଳତା ନୁହେଁ, ବରଂ ଭାରତୀୟ ବାୟୁସେନାର ଦକ୍ଷତା ଓ ସାମରିକ ପରିବହନ କ୍ଷମତାର ଏକ ବଡ଼ ନିଦର୍ଶନ। ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ମଧ୍ୟ ଭାରତୀୟ ବାୟୁସେନା ନିଜର ପରିଚାଳନାଗତ କ୍ଷମତା ପ୍ରଦର୍ଶନ କରିଛି। ୧୩,୬୨୯ ଫୁଟ୍ ଉଚ୍ଚରେ ଏହି ସଫଳ ଅବତରଣ ସହ ବିମାନ ଚଳାଚଳ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ଭାରତୀୟ ବାୟୁସେନା।