କ୍ରୀଡା

India vs New Zealand: ୱେଲିଂଟନରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ, ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଭାରତ

ୱେଲିଂଟନରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ । ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରୁଛି । ସିରିଜ୍ ରେ ଅଗ୍ରଣୀ ବଢ଼ାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ୍ ରେ ୫ ୱିକେଟ୍ ରେ ବିଜୟ ପରେ ୧-୦ରେ ଆଗୁଆ ଭାରତ। ରୋହିତ-ବିରାଟଙ୍କ ଉପରେ ନଜର । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚ୍ ରେ ମିଳିଥିବା ବିଜୟ ପରେ ଆଜିର ମୁକାବିଲା ଜିତି ସିରିଜ୍ ରେ ଅଗ୍ରଣୀକୁ ୨-୦ କରିବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ ।

ଅକଲ୍ୟାଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍ ରେ ପରାସ୍ତ କରିଥିଲା ଭାରତ । ଏହି ବିଜୟ ସହ ଶୁଭମନ ଗିଲ୍ ଙ୍କ ନେତୃତ୍ୱାଧୀନ ଦଳ ସିରିଜ୍ ରେ ଆଗୁଆ ରହିଛି । ଏହି ଦିନିକିଆ ସିରିଜ୍ ରେ ଦୁଇ ଅଭିଜ୍ଞ ବ୍ୟାଟର୍ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ବ୍ୟାଟିଂ ଲାଇନ୍ ଅପ୍ କୁ ଅଧିକ ଗୁରୁତ୍ୱ ଦେଇଛି । ଆଜିର ମ୍ୟାଚ୍ ରେ ଏହି ଦୁଇ ତାରକାଙ୍କ ପ୍ରଦର୍ଶନ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ପାଇଁ ଆଜିର ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ମୁକାବିଲାରେ ପରାଜୟ ପରେ ଘରୋଇ ଦଳ ସିରିଜ୍ କୁ ୧-୧ ସ୍ଥିତିକୁ ଆଣିବାକୁ ଚେଷ୍ଟା କରିବ । ପୂର୍ବରୁ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ କୁ ଭାରତ ୩-୨ରେ ଜିତିଥିଲେ ମଧ୍ୟ ଶେଷ ଦୁଇଟି ମ୍ୟାଚ୍ ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା । ତେଣୁ ଆଜିର ଦ୍ୱିତୀୟ ଦିନିକିଆରେ ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିପାରେ ।

Leave a Reply

Your email address will not be published. Required fields are marked *

Back to top button