ରାଜ୍ୟ

Raid On Gambling Den: ଜୁଆ ଆଡ୍ଡାରେ ପୋଲିସର ରେଡ୍ : ୭୦ ଜୁଆଡି ଗିରଫ, ୧୨ଲକ୍ଷ ଟଙ୍କା ସହ ୯ଟି କାର୍ ଜବତ

ଜୁଆ ଆଡ୍ଡାରେ ପୋଲିସର ଚଢ଼ଉ । ୭୦ ଜୁଆଡି ଗିରଫ । ୧୨ଲକ୍ଷ ଟଙ୍କା, ୯ଟି କାର, ୧୫ ବାଇକ ଓ ୬୦ ମୋବାଇଲ ଫୋନ୍ ଜବତ । ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗାଁ ନିକଟ ଜୟ ମାତାଦୀ କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଜୁଆଆଡ୍ଡାରେ ଚଢ଼ଉ କରି ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଜୁଆଡିଙ୍କ ମଧ୍ୟରେ ପାରଳାଖେମୁଣ୍ଡି ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶର ବହୁ ବ୍ୟବସାୟୀ ଓ ସରକାରୀ କର୍ମଚାରୀ ଥିବା ଜଣାପଡିଛି । ତେବେ ଚଢ଼ଉ ବେଳେ କିଛି ପ୍ଲାଷ୍ଟିକ ଟୋକନ ମଧ୍ୟ ଜବତ କରିଛି ପୋଲିସ। ଯାହା ଉପରେ କିଛି ସଂଖ୍ୟା ଲେଖାଥିବା ଦେଖିବାକୁ ମିଳିଛି । ଏହି ଟୋକେନ କେଉଁ ଭଳି ବ୍ୟବହାର ହେଉଛି ସେନେଇ ତଦନ୍ତ ଜାରି ରହିଥିବା ପାରଳାଖେମୁଣ୍ଡି ଆଇଆଇସି ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Back to top button