ରାଜ୍ୟ

Group Clash: ଗଣେଶ ଭସାଣିରେ ଡିଜେ ବାଜିବାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୫ ଆହତ ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

ଗଣେଶ ଭସାଣିରୁ ଗୋଷ୍ଠୀ ସଂଘର୍ଷ । ଡିଜେ ବାଜିବାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପୁରୀ ଜ଼ିଲ୍ଲା ଡେଲାଙ୍ଗ ଥାନା ଖଣ୍ଡି ଗାଁରେ ଘଟିଛି ଘଟଣା । ଗତକାଲି ଗାଁରେ ଗଣେଶ ବିସର୍ଜନ ଉତ୍ସବ ଚାଲିଥିଲା । ଶୋଭାଯାତ୍ରାରେ ଡିଜେଙ୍କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ଗଣ୍ଡଗୋଳରେ ଅନକେ ବାଇକ ଭଙ୍ଗାରୁଜା ହୋଇଛି । ୫ ଜଣଙ୍କୁ ଆହତ ଅବସ୍ଥାରେ ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗାଁରେ ଉତ୍ତେଜନା ଲାଗି ରହିଛି ।

ସମାନ ସେହି ପୁରୀ ଜ଼ିଲ୍ଲାରେ ଆଉ ଏକ ଅଭାବନୀୟ ଘଟଣା:

ଏପଟେ ସମାନ ସେହି ପୁରୀ ଜ଼ିଲ୍ଲାରେ ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି ।  ମୃତକ ହେଉଛନ୍ତି ବାସେଳୀ ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ନୀଳାଦ୍ରି ବିହାରର ଦମୋଦର ମହାନ୍ତି ।  ଗତକାଲି ଅପରାହ୍ନରେ ୧୦ ଜଣ ସାଙ୍ଗଙ୍କ ସହ ସେ ରୋଷେଇ ପାଇଁ ନୂଆନଈ ଯାଇଥିଲେ ।  ସନ୍ଧ୍ୟାରେ ପରିବାର ଲୋକଙ୍କୁ ଦାମୋଦର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଖବର ମିଳିଥିଲା।

ଖବର ପାଇଁ ପରିବାର ଲୋକେ ହସ୍ପିଟାଲରେ ତୁରନ୍ତ ପହଞ୍ଚିଥିଲେ । ତେବେ ମୃତ ଦେହ ପରିବାର ଲୋକଙ୍କୁ ନ ଦେଖାଇ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାରୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।  ମୃତକଙ୍କ ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି । ତେବେ ଦାମୋଦର ଆଜି ନିଜ ଘରେ ଆବଶ୍ୟକ ସାମଗ୍ରୀ ଦେଇ ମାଆଙ୍କୁ ରୋଷେଇ ହେଉଥିବା ଜଣାଇଥିଲେ ।

ମୃତକଙ୍କ ପୁଅ ପୁରୀ ସମୁଦ୍ରକୂଳ ଅଞ୍ଚଳ ଯାଇ ବାପାଙ୍କୁ କିଛି ସାମଗ୍ରୀ ଦେଇଥିଲା।  ପରେ ଦାମୋଦର ନିଜ ୧୦ ଜଣ ସାଙ୍ଗଙ୍କ ସହ ଅପରାହ୍ନରେ ରୋଷେଇ ପାଇଁ ନୂଆ ନଈ ଯାଇଥିଲେ । ତେବେ ସନ୍ଧ୍ୟାରେ ହଠାତ୍ ତାଙ୍କ ପୁଅ ଗୁରୁତର ଥିବା ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା।ଖବର ପାଇ ପରିବାର ଲୋକେ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

Leave a Reply

Your email address will not be published. Required fields are marked *

Back to top button