
ରାଜ୍ୟ
Crime: କିଏ ସେହି ମୁଖା ପିନ୍ଧା ଦୁର୍ବୃତ୍ତ? ୨୪ ଘଣ୍ଟା ପରେ ବି କମିଶନରେଟ ପୋଲିସର ହାତ ଖାଲି
କିଏ ସେହି ମୁଖା ପିନ୍ଧା ଦୁର୍ବୃତ୍ତ ? ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ । ୨୪ ଘଣ୍ଟା ପରେ ବି କମିଶନରେଟ ପୋଲିସର ହାତ ଖାଲି । ଭୁବନେଶ୍ୱର ନୟାପଲ୍ଲୀ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଦୁଷ୍କର୍ମ ପରେ ହାତ ଗୋଡ଼ ବାନ୍ଧି ମୋବାଇଲ ଭାଙ୍ଗି ଦେଇଥିଲା ଅପରାଧୀ ।
ଦୁର୍ବୃତ୍ତ ଜଣେ ପେଷାଦାର ଅପରାଧୀ ବୋଲି ସଂଦେହ କରୁଛି ପୋଲିସ । ଭିନ୍ନ ଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କମିଶନରେଟ ପୋଲିସ । ମାସ୍କ ପିନ୍ଧା ଅପରାଧୀକୁ ଖୋଜିବାକୁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ସିସିଟିଭିରୁ ମିଳିଛି ମାସ୍କ ପିନ୍ଧା ଦୁର୍ବୃତ୍ତର ଫଟୋ । ସେହି ଆଧାରରେ ତନାଘନା କରୁଛି ପୋଲିସ । ଆଖପାଖରେ ଲାଗିଥିବା ସିସିଟିଭିରୁ ମିଳିଛି ବଡ଼ ପ୍ରମାଣ । ସିଆରପି ଛକ ଦେଇ ବସରେ ଖସି ପଳାଇଥିବା ସଂଦେହ କରାଯାଉଛି ।