
ରାଜ୍ୟ
Drowning: ଭଦ୍ରକ ନଙ୍ଗାମହଲା ନିକଟରେ ଅଘଟଣ, ସାଳନ୍ଦୀ ନଦୀରେ ଭାସିଯାଇ ଯୁବକ ନିଖୋଜ
ଭାସିଗଲେ ଯୁବକ । ଭଦ୍ରକ ପୁରୁଣାବଜ଼ାର ଥାନା ନଙ୍ଗାମହଲା ନିକଟରେ ସାଳନ୍ଦୀ ନଦୀରେ ଭାସିଯାଇ ଯୁବକ ନିଖୋଜ । ନିଖୋଜ ଯୁବକଙ୍କ ନାଁ ସେକ ମୂଲା ଖାଁ । ଶୌଚ ହେବାକୁ ଯାଇ ଯୁବକ ଜଣକ ନଦୀରେ ଭାସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ରାତିସାରା ନଦୀରେ ସର୍ଚ୍ଚ ଅପରେସନ ଜାରି ରଖିଥିଲା । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ମଧ୍ୟ ତାଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି । ତେବେ କିଭଳି ନଦୀରେ ଭାସିଗଲେ ଭଦ୍ରକ ପୁରୁଣା ବଜ଼ାର ପୋଲିସ ତଦନ୍ତ ଆରମ୍ଭ କରିଛି ।