ଦେଶ ବିଦେଶ

INDIA Bloc Meet: ଆଜି INDIA ବ୍ଲକ୍ ର ବଡ଼ ବୈଠକ, SIR ପ୍ରସଙ୍ଗରେ ଏକାଠି ହେବେ ବିରୋଧୀ

ଆଜି INDIA ବ୍ଲକ୍ ର ବଡ଼ ବୈଠକ । EC, SIR ଓ ଜ୍ଞାନେଶ କୁମାର ପ୍ରସଙ୍ଗରେ ହେବ ମାନସମନ୍ଥନ । ନିର୍ବାଚନ କମିଶନ, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ନେଇ ଆଜି ନୂଆଦିଲ୍ଲୀରେ INDIA ବ୍ଲକ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

ବିରୋଧୀ ମେଣ୍ଟର ବରିଷ୍ଠ ନେତାମାନେ ଏକାଠି ହୋଇ ଏହି ପ୍ରସଙ୍ଗଗୁଡ଼ିକ ଉପରେ ମିଳିତ ରଣନୀତି ନେଇ ଆଲୋଚନା କରିବେ । SIR ପ୍ରକ୍ରିୟାରେ ଭୋଟରଙ୍କ ନାଁ ବାଦ୍ ପଡ଼ିବା, ଭୋଟର ତାଲିକା ଯାଞ୍ଚ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକ ଉଠାଇଆସୁଥିବା ଆପତ୍ତି ଆଜିର ବୈଠକରେ ପ୍ରମୁଖ ପ୍ରସଙ୍ଗ ହେବ । ଏହାସହ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ପରବର୍ତ୍ତୀ ଆଭିମୁଖ୍ୟ କ’ଣ ହେବ, ସେନେଇ ମଧ୍ୟ ମାନସମନ୍ଥନ ହେବ ।

କଂଗ୍ରେସ, ବାମଦଳ ଓ INDIA ବ୍ଲକ୍ ର ଅନ୍ୟ ସହଯୋଗୀ ଦଳଗୁଡ଼ିକ ନିର୍ବାଚନ କମିଶନ ଏବଂ SIR ପ୍ରସଙ୍ଗରେ ଏକ ସାଧାରଣ ରଣନୀତି ପ୍ରସ୍ତୁତ କରିବା ଉପରେ ଜୋର ଦେଉଛନ୍ତି । ବିରୋଧୀ ଦଳଗୁଡ଼ିକର ଅଭିଯୋଗ ଏବଂ ନିର୍ବାଚନ କମିଶନର ଆଭିମୁଖ୍ୟକୁ ନେଇ ଗତ କିଛି ଦିନ ଧରି ରାଜନୈତିକ ବିବାଦ ତୀବ୍ର ହୋଇଛି ।

ଆଜିର ବୈଠକରେ SIRକୁ ନେଇ ବିରୋଧୀଙ୍କ ଆପତ୍ତି, ଜ୍ଞାନେଶ କୁମାର ପ୍ରସଙ୍ଗ ଏବଂ ନିର୍ବାଚନ କମିଶନକୁ ନେଇ INDIA ବ୍ଲକ୍ ର ପରବର୍ତ୍ତୀ ମିଳିତ ପଦକ୍ଷେପ ଉପରେ ଫୋକସ୍ ରହିବ। ବୈଠକ ପରେ ବିରୋଧୀ ମେଣ୍ଟ କୌଣସି ମିଳିତ କାର୍ଯ୍ୟକ୍ରମ ଘୋଷଣା କରୁଛି କି ନାହିଁ, ତାହା ଉପରେ ନଜର ରହିବ ।

Leave a Reply

Your email address will not be published. Required fields are marked *

Back to top button