
Salman Khan Security : ବଢ଼ିଲା ସଲମାନଙ୍କ ସୁରକ୍ଷା, ଆପାର୍ଟମେଣ୍ଟ ବାହାରେ ପୋଲିସ, କମାଣ୍ଡୋ ମୁତୟନ
ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ କାର୍ ଉପରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଗୁଳିମାଡ଼ ଘଟଣା ପରେ ସଲମାନ ଖାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ପୋଲିସ, କମାଣ୍ଡୋ ଓ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
ଅକ୍ଟୋବର ୧୮ରେ ଟାଇଗର ଶ୍ରଫଙ୍କ କାର୍ ଉପରେ ଗୁଳିମାଡ଼ ହେବା ପରେ ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ । ଏହାପରେ ସୁରକ୍ଷାକୁ ନେଇ ସତର୍କତା ଅବଲମ୍ବନ କରାଯାଇଛି । ସଲମାନଙ୍କ ସୁରକ୍ଷାରେ ମୁମ୍ବାଇ ପୋଲିସର ଯବାନ ସହିତ କମାଣ୍ଡୋ ନିୟୋଜିତ ରହିଛନ୍ତି । ଏହାସହିତ ସୁରକ୍ଷାରେ ଆଧୁନିକ ଗନ୍ ଧରିଥିବା ଗାର୍ଡ ସାମିଲ ରହିଛନ୍ତି । ଏମାନଙ୍କ ପାଖରେ MP5 SD 6 ସବମସିନ ଗନ୍ ରହିଛି । ଟାଇଗର ଶ୍ରଫଙ୍କ କାର୍ ଉପରକୁ ବାଇକରେ ଆସିଥିବା ଦୁର୍ବୃତ୍ତ ଗୁଳି ଚଳାଇଥିଲେ । ଏଥିରେ ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।
ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ସଲମାନ ଖାନଙ୍କ ଟାର୍ଗେଟ୍ କରିଥିବା ଦାବି କରିଥିବା ସୂଚନା ମିଳିଛି । ଏହାପରେ ମୁମ୍ବାଇ ପୋଲିସ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ସତର୍କତା ବଢ଼ାଇଛି । ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ।
ଏହାରି ଭିତରେ ସଲମାନ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲେ । କଡ଼ା ସୁରକ୍ଷା ବଳୟରେ ସଲମାନ ନଜର ଆସିଥିଲେ । ତାଙ୍କ ସହିତ ବଡିଗାର୍ଡ ଶେରା ମଧ୍ୟ ନଜର ଆସିଛନ୍ତି ।