ମନୋରଞ୍ଜନ

Tiger Shroff Firing Case : ଟାଇଗର ଶ୍ରଫଙ୍କ କାର୍ ଡ୍ୟାସବୋର୍ଡରେ ଥିଲା ହନୁମାନ ଚାଳିଶା, ମା’ ଆୟେଶାଙ୍କ ପୋଷ୍ଟ ଭାଇରଲ

ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା ପରେ ବଲିଉଡରେ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଏହି ଘଟଣା ପରେ ଟାଇଗରଙ୍କ ମାଆ ଆୟେଶା ଶ୍ରଫଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି । ଭଗବାନ ହନୁମାନଙ୍କ ପ୍ରତି ନିଜର ଆସ୍ଥା ପ୍ରକାଶ କରି ଆୟେଶା ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଟାଇଗରଙ୍କ କାରର ଡ୍ୟାସବୋର୍ଡ ଉପରେ ରଖାଯାଇଥିବା ହନୁମାନ ଚାଳିଶା ବହି ଦେଖିବାକୁ ମିଳିଛି ।

ଆୟେଶା ଶ୍ରଫ୍ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏହି ଫଟୋ ସେୟାର କରିଛନ୍ତି । ଫଟୋରେ ଟାଇଗରଙ୍କ କାରର ଡ୍ୟାସବୋର୍ଡ ଉପରେ ହନୁମାନ ଚାଳିଶା ରଖାଯାଇଥିବା ଦେଖିବାକୁ ମିଳିଛି । ଆଉ ବଜରଙ୍ଗବାଲି ତାଙ୍କ ଜୀବନ ବଞ୍ଚାଇଦେଇଥିବା କହିଛନ୍ତି । ସୋସିଆଲ ମିଡିଆରେ ଏବେ ଫଟୋ ଭାଇରଲ ହେବାରେ ଲାଗିଛି । ଏହାକୁ ନେଇ ପ୍ରଶଂସକ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ଟାଇଗର ଶ୍ରଫଙ୍କ କାର୍ ଉପରେ ଗୁଳିମାଡ଼ ଘଟଣାର ତଦନ୍ତ ଜାରି ରହିଛି । ଏହି ମାମଲାରେ ତିନିଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ରାଜସ୍ଥାନର କୋଟାରୁ ମୁମ୍ବାଇ ଅଣାଯାଇଛି । ରାସ୍ତାରେ ସେମାନଙ୍କୁ ପଚରାଉଚରା କରାଯାଉଛି ।
ସୂଚନାଯୋଗ୍ୟ, ଅକ୍ଟୋବର ୨୧ ତାରିଖରେ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବାର ସମ୍ଭାବନା ଥିବା କୁହାଯାଇଥିଲା । ତେବେ ଗୁଳିମାଡ଼ ପଛର ପ୍ରକୃତ କାରଣ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ସମ୍ପର୍କରେ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *

Back to top button