କ୍ରୀଡା

Ind vs NZ 1st T20 : ପ୍ରଥମ ଟି୨୦ ଜିତିଲା ଭାରତ, ବିଦେଶ ମାଟିରେ କଲା ସବୁଠାରୁ ଅଧିକ ରନ୍ ଚେଜ୍

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁବାର ଟି୨୦ସିରିଜର ପ୍ରଥମ ମ୍ୟାଚ୍ ହେଗଲି ଓଭାଲରେ ଖେଳାଯାଇଛି । ଶ୍ରେୟସ ଆୟର ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଘରୋଇ ଟିମ୍ କିଓ୍ୱି ବ୍ୟାଟିଂ କରି ୪ ଓ୍ଵିକେଟ୍ ହରାଇ ୨୨୫ ରନ କରିଥିଲା । ଏହି ଟାର୍ଗେଟକୁ ଭାରତ ପୂରଣ କରିଛି । ଭାରତ ୬ ୱିକେଟ ହରାଇ ଟାର୍ଗେଟକୁ ପୂରଣ କରିଛି । ପ୍ରଥମ ମ୍ୟାଚ୍ ଜିତି ଭାରତ ସିରିଜରେ ୧-୦ରେ ଆଗୁଆ ରହିଛି ।

ଭାରତ ପକ୍ଷରୁ ସଂଜୁ ସାମସନ ଜବରଦସ୍ତ ବ୍ୟାଟିଂ କରିଥିଲେ । ସଂଜୁ ୩୩ ବଲରେ ୬୭ ରନ୍ କରିଥିବା ବେଳେ ଅଭିଷେକ ଶର୍ମା ୧୨ ବଲରେ ୨୯ ରନ୍, ତିଲକକ ବର୍ମା୬, ଅଧିନାୟକ ଶ୍ରେୟସ ୪୨ ରନ, ଅକ୍ଷର ପଟେଲ ୨୪ ଏବଂ ରମନ ଧୀର ୪୨ ରନ୍ କରି ଭାରତକୁ ଜିତାଇଛନ୍ତି ।

Ind vs NZ

ପ୍ରଥମ ଟି-୨୦ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡର ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ୪ ଓ୍ଵିକେଟ୍ ହରାଇ ୨୨୫ ରନ କରିଥିଲା । ଗ୍ଲେନ ଫିଲିପ୍ସ ୮୨ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଥିବା ବେଳେ ଫିନ ଆଲେନ ୪୫ ରନ ଏବଂ ବେଭନ ଜାକବ୍ସ ଦ୍ରୁତ ୩୧ ରନ କରିଥିଲେ ।

Leave a Reply

Your email address will not be published. Required fields are marked *

Back to top button