ସ୍ୱାସ୍ଥ୍ୟ

Carrot Juice: ଗାଜର ଜୁସର ଔଷଧୀୟ ଗୁଣ, ବଡ଼ ବଡ଼ ରୋଗରୁ କରିଥାଏ ରକ୍ଷା

ଗାଜର ରସ ଏକ ପୋଷକ ତତ୍ୱରେ ଭରପୂର ପାନୀୟ, ଯାହା ଶରୀରକୁ ଅନେକ ଭଳିଆ ସ୍ୱାସ୍ଥ୍ୟ ଲାଭ ଦେଇପାରେ । ଗାଜରରେ ଭିଟାମିନ A, ଭିଟାମିନ C, ପଟାସିୟମ, ବେଟା-କାରୋଟିନ ଓ ବିଭିନ୍ନ ପ୍ରକାରର ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ଶରୀରର ସମଗ୍ର ସ୍ୱାସ୍ଥ୍ୟକୁ ସୁଦୃଢ କରେ । ଗବେଷଣା ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ, ନିୟମିତ ଭାବରେ ଗାଜର ଜୁସ୍ ପିଇବା ଦ୍ୱାରା ଚର୍ମ, ହୃଦୟ, ଆଖି ଏବଂ ରୋଗ ପ୍ରତିରୋଧକ କ୍ଷମତାରେ ସକାରାତ୍ମକ ପ୍ରଭାବ ପଡ଼ିପାରେ ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ :

ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ ରଖିବା ପାଇଁ ଚାହୁର୍ଛନ୍ତି ତେବେ ଗାଜର ଜୁସ୍‌ ପିଇବା ଆରମ୍ଭ କରନ୍ତୁ । ଖାସ୍‌ କରି ଶୀତ ଋତୁରେ ଲୋକେମାନେ ଦୁର୍ବଳ ହୋଇ ପଡନ୍ତି ଯଦି ଏହି ସ୍ଥିତିରେ ଆପଣ ଗାଜର ଜୁସ୍‌ ପିଇବେ ତେବେ ଅାପଣଙ୍କୁ ବହୁତ ରିଲାକ୍ସ ଲାଗିବା ସହ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ । ଏହାସହ ଏହି ଜୁସ୍‌ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବା ସହ ହାର୍ଟ ହେଲ୍ଥରେ ଉନ୍ନତି ଆଣିଥାଏ ।

ଆଖିର ସ୍ୱାସ୍ଥ୍ୟ ପାଇଁ ଲାଭକାରୀ :

ଗାଜର ରସ ଆଖିର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଭିଟାମିନ A ଆଖିର ଦୃଷ୍ଟି ଶକ୍ତିକୁ ସୁସ୍ଥ ରଖିଥାଏ ଏବଂ ରାତ୍ରିକାଳୀନ ଦୃଷ୍ଟି ସମସ୍ୟାକୁ ହ୍ରାସ କରିପାରେ । ଏଥିରେ ଥିବା ଲୁଟିନ ଓ ଜିଏକ୍ସାନ୍ଥିନ ନାମକ କାରୋଟିନଏଡ୍‌ ଆଖିକୁ କ୍ଷତିକାରକ ଆଲୋକରୁ ସୁରକ୍ଷା ଦେଇଥାଏ ଏବଂ ବୟସ ବଢ଼ିବା ସହିତ ହେଉଥିବା ଦୃଷ୍ଟି ସମସ୍ୟା କମାଇଥାଏ ।

ହଜମ ପ୍ରକ୍ରିୟାରେ ସହାୟତା କରେ:

ଗାଜର ରସ ହଜମ ପ୍ରକ୍ରିୟାକୁ ସହାୟତା କରେ ଏବଂ ଶରୀରକୁ ଆବଶ୍ୟକ ଭିଟାମିନ ଓ ଖଣିଜ ପଦାର୍ଥ ଯୋଗାଇଥାଏ। ଯଦିଓ ପୁରା ଗାଜର ଖାଇବାରେ ଅଧିକ ଫାଇବର ମିଳେ, ତଥାପି ଗାଜର ରସରେ ଥିବା ପୋଷକତତ୍ୱ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ସାର୍ବିକ ସ୍ୱାସ୍ଥ୍ୟକୁ ଭଲ ରଖେ ।

ହାର୍ଟ ପାଇଁ ଉପକାରୀ: 

ଗାଜର ରସ ହୃଦୟ ସ୍ୱାସ୍ଥ୍ୟକୁ ଉନ୍ନତ କରିପାରେ । ଏଥିରେ ଥିବା ପଟାସିୟମ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ । ଆଣ୍ଟିଅକ୍ସିଡେଣ୍ଟ ଶରୀରରେ ଅକ୍ସିଡେଟିଭ ଷ୍ଟ୍ରେସ କମାଇ ହୃଦରୋଗ ହ୍ରାସ କରିପାରେ। ନିୟମିତ ଭାବରେ ଗାଜର ରସ ପିଇବା ରକ୍ତନାଳୀକୁ ସୁସ୍ଥ ରଖିବା ଏବଂ ରକ୍ତସଞ୍ଚାଳନକୁ ଉନ୍ନତ କରିବାରେ ଉପକୃତ ହୋଇପାରେ ।

ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ :
ଫାଇବରରେ ଭରପୂର ଏହି ଜୁସ୍‌ ଆପଣଙ୍କ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ହୋଇଥାଏ । କୋଷ୍ଠକାଠିନ୍ୟ ପରି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ବ୍ୟତିତ ଗାଜର ଜୁସ୍‌ ଆପଣଙ୍କ ଷ୍ଟ୍ରେସ୍‌କୁ କମ୍‌ କରିବାରେ ସାହାଯ୍ୟ କରିବ ।

ତ୍ୱାଚ୍ଚାରେ ଉନ୍ନତି :
ଗାଜର ରସ ପିଇବା ଫଳରେ ଆପଣଙ୍କ ଆଖିର ପାଓ୍ୱାର ବଢ଼ିଥାଏ । ଏହାସହ ଏହି ରସ ତ୍ୱାଚ୍ଚା ପାଇଁ ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ । ଏହାକୁ ପ୍ରତ୍ୟେକ ଦିନ ପିିଇଲେ ସ୍କିନ୍‌ ଗ୍ଲୋ କରିବା ଆରମ୍ଭ କରିବ ।

ଗାଜର ରସ ଏକ ସ୍ୱାସ୍ଥ୍ୟକର ପାନୀୟ ଯାହା ଚର୍ମକୁ ଉଜ୍ଜ୍ୱଳ କରିବା, ଆଖିର ଦୃଷ୍ଟି ସୁରକ୍ଷା, ହୃଦୟ ସ୍ୱାସ୍ଥ୍ୟ ଉନ୍ନତ କରିବା, ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଏବଂ ଶରୀରକୁ ଆବଶ୍ୟକ ପୋଷକତତ୍ୱ ଯୋଗାଇବାରେ ସହାୟକ ହୋଇପାରେ। ସବୁ ଖାଦ୍ୟପେୟରେ ସମାନ ସ୍ଥିତି ରଖିଲେ ଆମ ଶରୀର ସୁସ୍ଥ ରହିବା ସହ ବିଭିନ୍ନ ସମସ୍ୟା ଦୂର ହୁଏ ।

Leave a Reply

Your email address will not be published. Required fields are marked *

Back to top button