କ୍ରୀଡା

Suryakumar Yadav Dubai House : ଶାହରୁଖଙ୍କ ପଡ଼ୋଶୀ ହେଲେ ସୂର୍ଯ୍ୟକୁମାର ଯାଦବ, ଦୁବାଇରେ କିଣିଲେ ଘର

ଆଇପିଏଲ୍ ୨୦୨୬ ପରେ କୌଣସି ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିନଥିବା ସତ୍ତ୍ବେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ସୂର୍ଯ୍ୟକୁମାର । ତେବେ ଏବେ କ୍ରିକେଟ୍ ନୁହେଁ, ବରଂ ଦୁବାଇରେ ନୂଆ ଘର କିଣିଥିବା ନେଇ ଚର୍ଚ୍ଚାରେ ରହିଛନ୍ତି । ଭାରତୀୟ କ୍ରିକେଟ୍ ଟିମର ଷ୍ଟାର୍ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଦୁବାଇରେ ଏକ ନୂଆ ଘର କିଣିଛନ୍ତି ।

ସୂର୍ଯ୍ୟକୁମାର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି । ଏଥିରେ ସେ ନିଜ ପତ୍ନୀ ଦେବିଶା ଶେଟ୍ଟୀଙ୍କ ସହ ଘର କିଣିବା ସମ୍ପର୍କିତ କାଗଜପତ୍ରରେ ଦସ୍ତଖତ କରୁଥିବା ଦେଖିବାକୁ ମିଳିଛି । ଦସ୍ତଖତ କରିବା ସମୟରେ ସୂର୍ଯ୍ୟକୁମାର ଓ ଦେବିଶାଙ୍କ ମଧ୍ୟରେ ମଜାମସ୍ତି ମଧ୍ୟ ଦେଖିବାକୁ ମିଳିଛି । ଭିଡିଓର ଶେଷ ଭାଗରେ ସୂର୍ଯ୍ୟକୁମାର ଓ ତାଙ୍କ ପତ୍ନୀ ଦେବିଶା ଶେଟ୍ଟୀଙ୍କ ମଧ୍ୟରେ ମଜାଳିଆ କଥାବାର୍ତ୍ତା ହୋଇଥିଲା । ଦେବିଶା କହିଥିଲେ ଯେ, ତାଙ୍କ ପରାମର୍ଶ ଅନୁଯାୟୀ ସୂର୍ଯ୍ୟକୁମାର ଦୁବାଇରେ ସମ୍ପତ୍ତି କିଣି ଭଲ କରିଛନ୍ତି ।

ଦୁବାଇରେ ଘର କିଣିବା ପଛର କାରଣ ବିଷୟରେ ସୂର୍ଯ୍ୟକୁମାର ନିଜେ ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଦୁବାଇକୁ ଆସିଲେ ତାଙ୍କୁ ଭଲ ଲାଗେ । ୨୦୧୪ ମସିହାରେ ଆଇପିଏଲ୍ ସମୟରେ ସେ ପ୍ରଥମ ଥର ପାଇଁ ଦୁବାଇ ଆସିଥିଲେ । ଦୁବାଇର ଜୀବନଶୈଳୀ, ବିଳାସପୂର୍ଣ୍ଣ ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥା ତାଙ୍କୁ ଆକର୍ଷିତ କରିଛି ।  ସୂର୍ଯ୍ୟକୁମାର ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ବିଲ୍ଡିଂ ନିକଟରେ ଏହି ଘର କିଣିଛନ୍ତି । ଦୁବାଇରେ ଏହି ବିଲ୍ଡିଂର ନିର୍ମାଣ ଡାନ୍ୟୁବ୍ ଗ୍ରୁପ୍ ପକ୍ଷରୁ କରାଯାଉଛି ।

Leave a Reply

Your email address will not be published. Required fields are marked *

Back to top button