ମନୋରଞ୍ଜନ

Sunny Deol: ନୂଆ ଅବତାରରେ ସନି ଦେଓଲ, ସୂର୍ଯ୍ୟ ଅନ୍ତ ସେ ଆରମ୍ଭ ତକ ଫିଲ୍ମର ମୋସନ୍ ପୋଷ୍ଟର ରିଲିଜ୍

ବଲିଉଡ୍ ସୁପରଷ୍ଟାର ସନ୍ନି ଦେଓଲଙ୍କ ଦ୍ୱିତୀୟ ଇନିଂସର ଏକ ସୁନ୍ଦର ଆରମ୍ଭ ହୋଇଛି । ଗଦର 2 ଏବଂ ବର୍ଡର 2 ର ସଫଳତା ପରେ, ଅଭିନେତା ଆଉ ଏକ ବ୍ଲକବଷ୍ଟର ସହିତ ଥିଏଟରକୁ ଫେରିବାକୁ ଯାଉଛନ୍ତି । ସେ ଏବେ ‘ସୂର୍ଯ୍ୟ’ ଫିଲ୍ମ ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମର ପୂରା ନାମ ‘ସୂର୍ଯ୍ୟ ଅନ୍ତ ସେ ଆରମ୍ଭ ତକ’ ରଖାଯାଇଛି । ଏହି ଫିଲ୍ମରେ ଅଭିନେତାଙ୍କ ଏପରି ଏକ ଲୁକ୍ ସାମ୍ନାକୁ ଆସିଛି, ଯାହାକୁ ପ୍ରଶଂସକମାନେ ହୁଏତ ପୂର୍ବରୁ କେବେ ଦେଖିନଥିବେ ।  କିନ୍ତୁ ଏବେ ଫିଲ୍ମର ମୋସନ୍ ପୋଷ୍ଟର ରିଲିଜ୍ କରାଯାଇଛି । ଏଥି ସହିତ ଫିଲ୍ମର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା କରାଯାଇଛି ।

୨୦୨୬ ମସିହା ସନି ଦେଓଲଙ୍କ କ୍ୟାରିୟର ପାଇଁ ବେଶ୍ ଭଲ ରହିଛି । ବର୍ଷ ଆରମ୍ଭରୁ ହିଁ ତାଙ୍କ ଫିଲ୍ମ ‘ବର୍ଡର ୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରିଥିଲା । ଏବେ ଏହି ଫିଲ୍ମରେ ସେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିବାକୁ ଯାଉଛନ୍ତି । ତାଙ୍କର ଏହି ନୂଆ ଲୁକ୍ ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି । ସେ ଫିଲ୍ମଗୁଡ଼ିକରେ ସକାରାତ୍ମକ ଚରିତ୍ରରେ ନଜର ଆସିଥାନ୍ତି । କିନ୍ତୁ ଏଥର ତାଙ୍କୁ ନେଗେଟିଭ୍ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ଏହି ଚରିତ୍ରରେ ଏକ ଭିନ୍ନ ପ୍ରକାରର ସ୍ୱାଗ୍ ରହିଛି । ଫିଲ୍ମରେ ସେ ହୁଏତ ଜଣେ ଉଦ୍ଧାରକାରୀ ଭଳି ଭୂମିକାରେ ନଜର ଆସିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ କେବଳ ମୋସନ୍ ପୋଷ୍ଟରକୁ ଦେଖି ଏବେଠାରୁ କିଛି କହିବା ଠିକ୍ ହେବ ନାହିଁ ।

କିନ୍ତୁ ସନି ଦେଓଲଙ୍କ ଏହି ନୂଆ ଲୁକ୍‌କୁ ପ୍ରଶଂସକଙ୍କ ପକ୍ଷରୁ ନିଶ୍ଚିତ ଭାବେ ଗ୍ରୀନ୍ ସିଗନାଲ ମିଳିଛି । ସନି ପାଜିଙ୍କ ଏହି ଲୁକ୍ ପ୍ରଶଂସକଙ୍କ ଉତ୍ସାହକୁ ଅନେକ ଗୁଣ ବଢ଼ାଇ ଦେଇଛି । ଯାହାର ଭିଡିଓ ଭାଇରାଲ ହେବା ପରେ ସନ୍ନି ଦେଓଲଙ୍କ ଫ୍ୟାନ୍ସଙ୍କର ଅନେକ ପ୍ରତିକ୍ରିୟା ମିଳିଛି ।

ଯଦି‘ସୂର୍ଯ୍ୟ’ ଫିଲ୍ମ ସମ୍ପର୍କରେ କୁହାଯାଏ ତେବେ ସନି ଦେଓଲଙ୍କ ଏହି ଫିଲ୍ମ ୨୦ ନଭେମ୍ବର ୨୦୨୬ରେ ସିନେମା ହଲ୍‌ରେ ରିଲିଜ୍ ହେବାକୁ ପ୍ରସ୍ତୁତ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଏମ୍. ପଦ୍ମକୁମାର ଦେଉଛନ୍ତି । ଫିଲ୍ମରେ ରବି କିଶନ ଏବଂ ପ୍ରଜ୍ଞା ଜୈସୱାଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *

Back to top button