କ୍ରୀଡା

Prince Yadav 3rd T20i : ଅଭିଷେକଙ୍କ ଠାରୁ ବ୍ୟାଟ୍ ଉଧାର ଆଣିଥିଲେ ପ୍ରିନ୍ସ ଯାଦବ, ୩ଟି ଚଉକା ମାରି ରଖିଲେ ଇଜ୍ଜତ

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳି ପ୍ରିନ୍ସ ଯାଦବଙ୍କ ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳି ଏବେ ଚର୍ଚ୍ଚାରେ । ଏହି ମ୍ୟାଚରେ ଗୋଟିଏ ବି ୱିକେଟ ନେଇନଥିଲେ ପ୍ରିନ୍ସ କିନ୍ତୁ ବ୍ୟାଟିଂରେ ଅବଦାନ ରହିଥିଲା । ଦଶମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ପ୍ରିନ୍ସ ମାତ୍ର ୬ଟି ବଲରୁ ଅପରାଜିତ ୧୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ସେ ୩ଟି ଚୌକା ମାରିଥିଲେ ।

ଧାର ମାଗି ନେଇଥିବା ବ୍ୟାଟରେ ପ୍ରିନ୍ସ ଚଉକା ମାରିଥିଲେ । ତାହା ପୁଣି ଭାରତୀୟ ଦଳର ଓପନର୍ ଅଭିଷେକ ଶର୍ମାଙ୍କର ଥିଲା । ଇନ୍ଦୋର ଟି-୨୦ ମ୍ୟାଚ୍ ପରେ BCCI ପକ୍ଷରୁ ଜାରି ଏକ ଭିଡିଓରେ ପ୍ରିନ୍ସ ଯାଦବ କହିଛନ୍ତି । ଅଭିଷେକ ଶର୍ମା ତାଙ୍କୁ ବ୍ୟାଟ୍ ଦେବା ସମୟରେ ଏହାର ଇଜ୍ଜତ ରଖିବାକୁ କହିଥିଲେ ବୋଲି ପ୍ରିନ୍ସ କହିଛନ୍ତି ।

ପ୍ରିନ୍ସଙ୍କ କହିବା ଅନୁଯାୟୀ, ଅଭିଷେକ ତାଙ୍କୁ କହିଥିଲେ ଯେ, ବ୍ୟାଟର ଇଜ୍ଜତ ରଖିବ । ଏହାର ଜବାବରେ ପ୍ରିନ୍ସ ମଜାଳିଆ ଢଙ୍ଗରେ କହିଥିଲେ ଯେ, ଆଉ ସେ ବ୍ୟାଟ୍ର ଇଜ୍ଜତ ରଖିଦେଇଛନ୍ତି । ଏହା ପ୍ରଥମ ଥର ନୁହେଁ ଯେ ପ୍ରିନ୍ସ ଅଭିଷେକଙ୍କ ବ୍ୟାଟ୍ ବ୍ୟବହାର କରିଛନ୍ତି । ଏହା ପୂର୍ବରୁ ଆୟରଲ୍ୟାଣ୍ଡ ଗସ୍ତ ସମୟରେ ମଧ୍ୟ ସେ ଅଭିଷେକଙ୍କ ବ୍ୟାଟରେ ଖେଳି ଗୋଟିଏ ଛକା ମାରିଥିଲେ । ପ୍ରିନ୍ସ ଯାଦବଙ୍କ ବ୍ୟାଟିଂକୁ ଅଭିଷେକ ଶର୍ମା ଖୁବ୍ ପ୍ରଶଂସା କରିଛନ୍ତି ।
ତୃତୀୟ ଟି-୨୦ରେ ବିଜୟ ପରେ ଭାରତୀୟ ଦଳ ସିରିଜରେ ୨-୧ରେ ଆଗୁଆ ରହିଛି । ଏବେ ଅକ୍ଟୋବର ୧୪ରେ ହାଇଦ୍ରାବାଦରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ଖେଳାଯିବ ।

Leave a Reply

Your email address will not be published. Required fields are marked *

Back to top button