ରାଜ୍ୟ

Fake Spices Racket Busted: ଆକ୍ସନ ମୋଡରେ ବ୍ରହ୍ମପୁର ପୋଲିସ୍, ୩ ହଜାର କେଜିର ନକଲି ମସଲା ସହ ୪ ମେସିନ୍ ଜବତ

ଆକ୍ସନ ମୋଡରେ ବ୍ରହ୍ମପୁର ପୋଲିସ୍ । ବଡ଼ ନକଲି ମସଲା କରାଖାନା ଉପରେ ବଡ଼ବଜାର ଥାନା ପୋଲିସର ଚଢ଼ାଉ । ୩ ହଜାର କେଜି ନକଲି ମସଲା ସହ ୪ ମେସିନ୍ ଜବତ । ବିଳମ୍ବିତ ରାତିରେ ଲକ୍ଷ୍ମୀ ନୃସିଂହ ନଗର ଓ ପ୍ରହଲ୍ଲାଦ ନଗରରେ ସ୍ଥିତ ନକଲି ମସଲା କାରଖାନା ଉପରେ ଚଢ଼ାଉ କରିଛି ପୋଲିସ୍ ।

କାରଖାନା ମଧ୍ୟରେ ଗଚ୍ଛିତ ଥିବା ବସ୍ତା ବସ୍ତା ନକଲି ହଳଦୀ ଓ ଲଙ୍କାଗୁଣ୍ଡା । ପ୍ରାୟ ୩ ହଜାର କେଜିର ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଖୋଲା ଭାବେ ଥିବା ବେଳେ ବହୁ ବସ୍ତା ଓ ପ୍ୟାକେଟ୍ ଗୁଡ଼ିକ କାରଖାନା ମଧ୍ୟରେ ଦେଖିବାକୁ ପାଇଥିଲା ପୋଲିସ୍ । କାରଖାନାର ଜିଏସଟି ନଥିବା ବେଳେ ପ୍ୟାକେଟ୍ର ମଧ୍ୟ କିଛି ନାମ ନଥାଇ ସେଭଳି ମରିଚ ଓ ହଳଦୀ ଗୁଣ୍ଡ ବିକ୍ରି କରୁଥିଲେ ବ୍ୟବସାୟୀ ।

ସେହିପରି ପ୍ରହଲ୍ଲାଦ ନଗରରେ ଏକ ଛୋଟ କାରଖାନାକୁ ଚଢ଼ାଉ କରି ସେଠାରୁ ଅନେକ ମସଲା ଓ ମେସିନ୍ ଜବତ କରିଛି ପୋଲିସ୍ । ଉଭୟ ସ୍ଥାନରୁ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ଖୋଳତାଡ଼ ଜାରି ରଖିଛି ପୋଲିସ୍ ।

Leave a Reply

Your email address will not be published. Required fields are marked *

Back to top button