
Series Accident: ପୁରୀ ବାଇପାସରେ ସିରିଜ ଦୁର୍ଘଟଣା ଘଟାଇଲା EV କାର୍, ୭ଟି ଗାଡ଼ିକୁ ଧକ୍କା ଦେଇ ଖେଳାଇଲା ଆତଙ୍କ
ଆତଙ୍କ ଖେଳାଇଲା EV କାର୍ । ପୁରୀ ବାଇପାସରେ ସିରିଜ ଦୁର୍ଘଟଣା । ୭ଟି ଗାଡ଼ିକୁ ଧକ୍କା ଦେଲା ଦ୍ରୁତଗାମୀ କାର୍ । ନିଶାସକ୍ତ ଅବସ୍ଥାରେ ମଦ୍ୟପ ଡ୍ରାଇଭର ଖେଳାଇଲା ଆତଙ୍କ । ଦ୍ରୁତଗାମୀ କାର୍ ଧକ୍କାରେ ରାସ୍ତାରେ ଖେଳିଲା ଆତଙ୍କ । ଗାଡ଼ି ଦେଖି ଭୟରେ କିଏ କେଉଁଆଡେ ପଳାଇଲେ । ଶେଷରେ ମଦ୍ୟପ ଡ୍ରାଇଭରରକୁ କାବୁ କଲେ ଲୋକେ । ନିଶାସକ୍ତ ଅବସ୍ଥାରେ ୭ଟି ବାଇକକୁ ଧକ୍କା ଦେଇଥିବା ଗାଡ଼ି ଚାଳକ ଅଭିଯୋଗ । ଘଟଣା ସ୍ଥଳରେ କାର୍ ଚାଳକକୁ ସ୍ଥାନୀୟ ଲୋକେ କାବୁ କରି ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଜିମା ଦେଇଥିଲେ ।
Also read: Weather: ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ ସମ୍ଭାବନା, ପୂଜା ବଜାରରେ ବର୍ଷା ଚିନ୍ତା
ନିକଟରେ ଗତକିଛି ଦିନ ପୂର୍ବରୁ, ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ସିରିଜ ଦୁର୍ଘଟଣା ଘଟିଥିଲା । ନିଶାସକ୍ତ ଅବସ୍ଥାରେ ଜଣେ ଯୁବତୀ ବେପରୁଆ ଭାବେ ଦ୍ରୁତଗତିରେ କାର୍ ଚଳାଇ ଏକ ବାଇକ୍ ସମେତ ଅନ୍ୟ ଯାନବାହନକୁ ପିଟି ସିରିଜ୍ ଦୁର୍ଘଟଣା ଘଟାଇଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳ କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । କାରଟି ଅତ୍ୟନ୍ତ ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ସମ୍ମୁଖରେ ଯାଉଥିବା ଏକ ବାଇକ୍ କୁ ଜୋରଦାର ଧକ୍କା ଦେଇଥିଲା ।
ଧକ୍କା ଏତେ ଭୟଙ୍କର ଥିଲା ଯେ ବାଇକ୍ ଚାଳକ ଛିଟିକି ପଡ଼ି ରକ୍ତଜୁଡ଼ୁବୁଡ଼ୁ ହୋଇଯାଇଥିଲେ ଏବଂ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏହାପରେ କାର୍ ଟି ଅନ୍ୟ କେତେକ ଯାନବାହନକୁ ମଧ୍ୟ ଧକ୍କା ଦେଇ ସିରିଜ୍ ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ଘଟାଇଥିବା ଯୁବତୀ ଜଣକ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ପ୍ରତ୍ୟକ୍ଷଦର୍ଶୀମାନେ ଅଭିଯୋଗ କରିଥିଲେ । ପୋଲିସ କାର୍ କୁ ଜବତ କରିବା ସହ ସମ୍ପୃକ୍ତ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା ।