
DJ Ban: ବାଲିଗୁଡା ଉପଖଣ୍ଡରେ ଶାରଦୀୟ ଦୁର୍ଗାପୂଜା ଓ ଭସାଣିରେ ଡିଜେ ବ୍ୟାନ୍, ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଶାରଦୀୟ ଦୁର୍ଗାପୂଜା ଓ ଭସାଣିରେ ଡିଜେ ବାଜା ସମ୍ପୂର୍ଣ୍ଣ ବ୍ୟାନ୍ । ଏଥିସହ ଦ୍ରୁତ ଗତି ରେ ବିକୃତ ଶବ୍ଦ କରି ବାଇକ ଚାଳନା କରୁଥିବା ରୋଡରୋମିଓଙ୍କୁ ରୋକ ଲଗାଇ ବାଇକରୁ ସାଇଲେନ୍ସର ହଟେଇବାକୁ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ନିର୍ଦ୍ଦେଶ ।
ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶାରଦୀୟ ଦୁର୍ଗାପୂଜା ପାଳନ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ ଙ୍କ ସଭାପତିତ୍ୱ ରେ ଶାନ୍ତିପୂର୍ଣ୍ଣ ଭାବେ ଦୁର୍ଗାପୂଜା ପାଳନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା ।
ଏହି ବୈଠକ ରେ ବାଲିଗୁଡା ଉପଖଣ୍ଡ ର ସମସ୍ତ ବ୍ଲକର ଦୁର୍ଗାପୂଜା କମିଟି ର ସଦସ୍ୟ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଟ୍ରାଫିକ ପରିଚାଳନା, ଭିଡ ନିୟନ୍ତ୍ରଣ, ସୁରକ୍ଷିତ ଦର୍ଶନ, ପାର୍କିଂ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଡିଜେ ବାଜା ବଦଳରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ସହ ଦୁର୍ଗାପୂଜା ଓ ଭସାଣି ପାଳନ କରିବାକୁ ବାଲିଗୁଡା ଉପଜିଲ୍ଲାପାଳ ସମସ୍ତ ପୂଜା କମିଟି କୁ ନିର୍ଦ୍ଦେଶ ଦେଇଛନ୍ତି ।