କ୍ରୀଡା

Nana Patekar Death : ନାନା ପାଟେକରଙ୍କ ବିୟୋଗରେ କ୍ରିକେଟ ଜଗତର ଶୋକ, ଶିଖର ଧୱନ ଏବଂ ଅଜିଙ୍କ୍ୟ ରାହାଣେ କଲେ ଦୁଃଖ ପ୍ରକାଶ

ବରିଷ୍ଠ ବଲିଉଡ୍ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଅକ୍ଟୋବର ୮ ତାରିଖରେ ୭୫ ବର୍ଷ ବୟସରେ ହୃଦ୍ଘାତ ଯୋଗୁ ନାନା ପାଟେକରଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ବଲିଉଡ୍ ସହ କ୍ରିକେଟ ଜଗତର ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଭାରତୀୟ କ୍ରିକେଟର ତଥା ପୂର୍ବତନ ଓପନର ଶିଖର ଧୱନ ନାନା ପାଟେକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶିଖର X ଆକାଉଣ୍ଟରେ ନାନାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।

ଶିଖର ଧୱନ ଲେଖିଛନ୍ତି, ଆଜି ଭାରତୀୟ ସିନେମା ଜଣେ ଅତ୍ୟନ୍ତ ବିଶେଷ କଳାକାରଙ୍କୁ ହରାଇଛି । ନାନା ପାଟେକର ସାର୍, ଆପଣଙ୍କ କାମ ଆଗାମୀ ପିଢ଼ିକୁ ପ୍ରେରଣା ଦେଇଚାଲିବ । ଓମ୍ ଶାନ୍ତି ।

ପୂର୍ବତନ କ୍ରିକେଟର ଅଜିଙ୍କ୍ୟ ରାହାଣେ ମଧ୍ୟ ନିଜ X ଆକାଉଣ୍ଟରେ ନାନା ପାଟେକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ କହିଛନ୍ତି ନାନା ପାଟେକର ଭଲଅଭିତୋ ଥିଲେ, ତାଙ୍କ ଅଭିନୟ ଅନେକ ପିଢିକୁ ପ୍ରେରଣା ଦେବା ସହିତ ମନୋରଂଜନ କରିଛି । ତାଙ୍କ ନିଧନ ଖବର ଶୁଣି ବହୁତ ଦୁଃଖିତ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।

ନାନା ପାଟେକରଙ୍କ ଅଭିନୟର ଗଭୀରତା ଓ ଭିନ୍ନ ଭିନ୍ନ ଚରିତ୍ରକୁ ଜୀବନ୍ତ କରିବାର କଳା ତାଙ୍କୁ ଅନ୍ୟ କଳାକାରଙ୍କଠାରୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଦଶନ୍ଧି ଧରି ସେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ଅନେକଙ୍କୁ ପ୍ରଭାବିତ କରିଥିଲେ । ନାନା ପାଟେକରଙ୍କ ଦୀର୍ଘ ଅଭିନୟ ଜୀବନ ଓ ତାଙ୍କ ଅନନ୍ୟ ଅଭିନୟ ଶୈଳୀ ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଛି । ତାଙ୍କ ବିୟୋଗରେ ସିନେମା ଜଗତ ସହିତ କ୍ରୀଡ଼ା ଜଗତରୁ ମଧ୍ୟ ଶୋକର ବାର୍ତ୍ତା ଆସୁଛି ।

ସୂଚନାଯୋଗ୍ୟ, ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଛି । ଗୁରୁବାର ସକାଳେ ଗୋଆର ଡୋନା ପାଉଲାସ୍ଥିତ ତାଙ୍କ ବାସଭବନରେ ହୃଦ୍ଘାତ ହେବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ ।

Leave a Reply

Your email address will not be published. Required fields are marked *

Back to top button