ସ୍ୱାସ୍ଥ୍ୟ

Brinjal Harmful: ଏହିମାନଙ୍କ ପାଇଁ କ୍ଷତିକାରକ ବାଇଗଣ, ଖାଉଥିଲେ ହୋଇଯାଆନ୍ତୁ ସାବଧାନ!

କିଛି ଲୋକ ବାଇଗଣ ଖାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଲୋକ ଏହାକୁ ଖାଇବାକୁ ଆଦୌ ପସନ୍ଦ କରି ନଥାଆନ୍ତି । ବାଇଗଣରେ ଅନେକ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଏ । ବାଇଗଣ ଖାଇବାର ଅନେକ ଫାଇଦା ରହିଛି । ବାଇଗଣର କେତେକ କ୍ଷତିକାରଣ ଗୁଣ ମଧ୍ୟ ରହିଛି । କିଛି ଲୋକଙ୍କ ଠାରେ ବାଇଗଣ ଖାଇବା ପରେ କୁଣ୍ଡାଇ ହେବା, ନାଲି ନାଲି ଫଳିଯିବା, କିଡ୍ନୀ ଷ୍ଟୋନ ଓ ଲୋ ବ୍ଲଡ ସୁଗାର ଆଦି ସମସ୍ୟା ଦେଖାଦେଇଥାଏ । ଏହା କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏହି ମାନେ ବାଇଗଣ ଖାଇବାଠାରୁ ଦୁରେଇ ରହିବା ଉଚିତ । ତେବେ କେଉଁ ବ୍ୟକ୍ତିଙ୍କ ପାଇଁ ବାଇଗଣ ଖାଇବା କ୍ଷତିକାରକ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

କିଡନୀ ପାଇଁ କ୍ଷତିକାରକ : ଯେଉଁ ଲୋକମାନଙ୍କ କିଡ଼ନୀରେ ଷ୍ଟୋନ୍ ସମସ୍ୟା ରହିଛି ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ ବାଇଗଣ । ବାଇଗଣ ମଞ୍ଜି କିଡ଼ନୀ ଷ୍ଟୋନ୍ ସମସ୍ୟାକୁ ବଢାଇ ଦେଇଥାଏ । ବାଇଗଣ ଖାଇବା ଦ୍ବାରା ଏହି ସମସ୍ୟା ବିପଦ ସୃଷ୍ଟି କରିଥାଏ । ତେଣୁ କିଡ଼ନୀ ରୋଗରେ ପୀଡିତ ଥିବା ବ୍ୟକ୍ତି ବାଇଗଣ ଖାଇବା ଅନୁଚିତ୍ ।

ହାଡ଼ ପାଇଁ କ୍ଷତିକାରକ : ବାଇଗଣରେ ଅକ୍ସାଲେଟ ନାମକ ଏକ ତତ୍ତ୍ବ ଥାଏ । ଯାହା କ୍ୟାଲସିୟମକୁ ଅବଶୋଷଣ କମ୍ କରିଥାଏ । ଏହା ହାଡ଼ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ । ଯେଉଁମାନଙ୍କ ହାଡ଼ ଦୁର୍ବଳ ସେମାନେ ବାଇଗଣ ଖାଇବାଠାରୁ ଦୂରେଇ ରୁହନ୍ତୁ ।

ପାଇଲ୍ସ ରୋଗୀଙ୍କ ପାଇଁ କ୍ଷତିକାରକ : ଯଦି ଆପଣ ରକ୍ତହୀନତା କିମ୍ବା ପାଇଲ୍ସ ରୋଗରେ ପୀଡ଼ିତ ତେବେ ଆପଣମାନେ ବାଇଗଣ ଆଦୌ ଖାଆନ୍ତୁ ନାହିଁ । ନଚେତ୍ ଏହା ସମସ୍ୟାକୁ ବଢାଇଦେଇଥାଏ ।

ଆର୍ଥ୍ରାଇଟିସ୍ ରୋଗୀ ପାଇଁ କ୍ଷତିକାରକ : ଆର୍ଥ୍ରାଇଟିସ୍ ରୋଗୀମାନେ ମଧ୍ୟ ବାଇଗଣ ଖାଇବାଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଏହା ଆପଣଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବିଗାଡ଼ି ଦେଇପାରେ । ଏଥିସହିତ ଅତ୍ୟଧିକ ବାଇଗଣ ଖାଇବା କ୍ଷତିକାରକ ହୋଇପାରେ। ଏହା ପେଟ ଖରାପ, ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡବିନ୍ଧା ଏବଂ କୁଣ୍ଡେଇ ହେବାର କାରଣ ହୋଇପାରେ ।

ସ୍କିନ୍ ଆଲର୍ଜି : ବାଇଗଣ ଖାଇବା ଦ୍ୱାରା ଅଧିକାଂଶ ଲୋକଙ୍କ ଠାରେ ତ୍ୱଚା ସମ୍ବନ୍ଧୀୟ ଆଲର୍ଜି ଯଥା- ନାଲି ନାଲି ଫଳିଯିବା, କୁଣ୍ଡାଇ ହେବା, ଜିଭରେ ଦାନା ଦାନା ହୋଇ ଫଳିଯିବା, ବାନ୍ତି ହେବା ଆଦି ସମସ୍ୟା ଦେଖାଦିଏ। ଯେଉଁ ଲୋକଙ୍କ ଠାରେ ଏସବୁ ସମସ୍ୟା ଦେଖାଦେଉଛି, ଡାକ୍ତର ତାଙ୍କୁ ବାଇଗଣ ଖାଇବାରୁ ବିରତ ରହିବାକୁ ପରାମର୍ଶ ଦେଇଥାନ୍ତି।

ପେଟ ସମସ୍ୟା: ବାଇଗଣ ପେଟ ଫୁଲାଇଥାଏ, ଅର୍ଥାତ୍ ଏହାକୁ ଖାଇବା ଦ୍ୱାରା ଗ୍ୟାସ୍ ହୋଇପାରେ। ତେଣୁ, ଗ୍ୟାସ୍ କିମ୍ବା ପେଟ ସମସ୍ୟା ଥିବା ଯେକୌଣସି ବ୍ୟକ୍ତି ବାଇଗଣ କିମ୍ବା ବାଇଗଣରେ ତିଆରି ହୋଇଥିବା ଯେକୌଣସି ଜିନିଷ ପରିହାର କରିବା ଉଚିତ । ନଚେତ ଏହା ସମସ୍ୟାକୁ ଆହୁରି ବଢ଼ାଇପାରେ ।

Leave a Reply

Your email address will not be published. Required fields are marked *

Back to top button