ସ୍ୱାସ୍ଥ୍ୟ

Turmeric Water: ଖାଲିପେଟରେ ପିଅନ୍ତୁ ହଳଦୀ ପାଣି, ମିଳିବ ଅନେକ ଚମତ୍କାରୀ ଫାଇଦା

ସକାଳୁ ଉଠି ଖାଲି ପେଟରେ ହାଲୁକା ଉଷୁମ ପାଣି ପିଇବା ପାଇଁ ଡ଼ାକ୍ତର ଏବଂ ବଡ଼ ଲୋକମାନେ ପରାମର୍ଶ ଦେଇଥାନ୍ତି । ଏପରି କରିବା ଦ୍ୱାରା ସହଜରେ ପେଟ ସଫା ହୋଇଯାଏ ଏବଂ ଏସିଡିଟି ସମସ୍ୟା ଥିବା ଲୋକମାନଙ୍କ ପାଇଁ ଲାଭକାରୀ ହୋଇଥାଏ । ଆମ ରୋଷଇ ଘରେ ଏପରି କିଛି ଜିନିଷ ଅଛି ଯାହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଆରାମ ଦେଇଥାଏ । ତେବେ ହାଲୁକା ଉଷୁମ ପାଣିରେ ଏକ ଚାମଚ ହଳଦୀ ପକାଇ ସେବନ କରିବା ଦ୍ୱାରା କେଉଁ ପ୍ରକାର ଲାଭ ମିଳିଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ହଳଦୀରେ ମିଳୁଥିବା ଲାଭ :

ସମସ୍ତେ ଜାଣନ୍ତି ହଳଦୀକୁ ଆଣ୍ଟିସେପ୍ଟିକ କୁହାଯାଇଥାଏ । ଏହା ଆମକୁ ବିଭିନ୍ନ ସଂକ୍ରମଣ ରୋଗ ସହ ଲଢିବା ପାଇଁ ଶକ୍ତି ପ୍ରଦାନ କରିଥାଏ। ଶରୀର ଭିତରର ରୋଗ ଏବଂ ଶରୀର ବାହାରରର ରୋଗକୁ ଭଲ କରିବାରେ ହଳଦୀ କାମ କରିଥାଏ। ଏହି କାରଣରୁ ଭାରତୀୟ ପରିବାରରେ ଅଧିକରୁ ଅଧିକ ହଳଦୀ ବ୍ୟବହାର କରାଯାଇଥାଏ।

ସକାଳୁ ଉଠିବା ପରେ ହାଲୁକା ଉଷୁମ ହଳଦୀ ପାଣି ସେବନ କରିବା ଦ୍ୱାରା ଆପଣଙ୍କର ପେଟ ଏବଂ ଛାତି ଜଳା ପୋଡ଼ା କମ ହୋଇଥାଏ । କିଛି ଲୋକମାନେ ମଧ୍ୟ ରାତିରେ ଅଧିକ ଖାଦ୍ୟ ଖାଇବା କାରଣରୁ ସକାଳୁ ଉଠିବା ପରେ ଛାତି ଜଳା ପୋଡ଼ା ହେବା ଭଳିଲାଗିଥାଏ । ଏହି ସମୟରେ ହଳଦୀ ପାଣି ସେବନ କରିବା ଦ୍ୱାରା ଆରାମ ମିଳିଥାଏ। ଯେଉଁ ଲୋକମାନଙ୍କର ସର୍ବଦା ଏସିଡିଟି ଏବଂ ଛାତି ଜଳିବାର ସମସ୍ୟା ରହିଛି ସେହି ବ୍ୟକ୍ତିମାନେ ସର୍ବଦା ହଳଦୀ ପାଣି ସେବନ କରିବା ଉଚିତ। ଏକ ସପ୍ତାହ ମଧ୍ୟରେ ଆପଣ ଏହାର ପ୍ରଭାବ ଦେଖିବାକୁ ପାଇବେ।

ମାନସିକ ରୋଗ ଦୂର କରିଥାଏ :

ହଳଦୀରେ ଥିବା ‘କର୍କମିନ’ ତତ୍ତ୍ୱ ଥାଏ । ଯାହା ଆମର ମସ୍ତିଷ୍କ ପାଇଁ ଲାଭକାରୀ ହୋଇଥାଏ । ମାନସିକ ରୋଗକୁ ରକ୍ଷା ପାଇବା ପାଇଁ  ବ୍ରେନ- ଡିରାଇଣ୍ଡ ନ୍ୟୁଟ୍ରୋଫିକ ଫ୍ୟାକ୍ଟରର ଆବଶ୍ୟକତା ରହିଥାଏ । ଯାହା ହଳଦୀର କର୍କମିନ ତତ୍ତ୍ୱରୁ ମିଳିଥାଏ । ଏହାକୁ ସକାଳୁ ସେବନ କରିବା ଅତ୍ୟଧିକ ଲାଭକାରୀ ହୋଇଥାଏ ।

କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ :

ହଳଦୀ ପାଣିରେ ଆଣ୍ଟି-ଅକ୍ସିଡେଣ୍ଟ ବା ଆଣ୍ଟିଥେସିସ୍ ରହିଥାଏ । ଯାହା ଏହି ରୋଗରୁ ମୁକ୍ତି ଦେବାରେ ସହାୟକ କରିଥାଏ । ଏହି ରୋଗ ପାଇଁ ହଳଦୀ ପାଣି ବେଷ୍ଟ ବୋଲି ବିବେଚନା କରାଯାଉଛି ।

ପେଟ ରୋଗ ଏବଂ ଛାତି ରୋଗ ପାଇଁ ଲାଭକାରୀ ହୋଇଥାଏ :

ସକାଳୁ ଖାଲି ପେଟରେ ହଳଦୀ ପାଣି ସେବନ କରିବା ଦ୍ୱାରା ଆମର ପାଚନ ଶକ୍ତି ମଜବୁତ ହୋଇଥାଏ । ଏହା ସେବନ କରିବା ଦ୍ୱାରା ପେଟ ସଫା ରହିଥାଏ ଏବଂ ଭୋକ ମଧ୍ୟ ଲାଗିଥାଏ । ଏହା ବ୍ୟତୀତ ହଳଦୀ ଅତ୍ୟଧିକ ମୋଟାପଣ ଏବଂ କୋଲେଷ୍ଟ୍ରଲର ମାତ୍ରାକୁ କମ୍ କରିଥାଏ ।

ଗଣ୍ଠି ଜନିତ ସମସ୍ୟା ଦୂର କରିଥାଏ :

ଗଣ୍ଠି ଜନିତ ସମସ୍ୟା ଥିବା ଲୋକମାନଙ୍କ ପାଇଁ ହଳଦୀ ପାଣି ବହୁତ ଫଳପ୍ରଦ ହୋଇଥାଏ ।  ହଳଦୀ ଗଣ୍ଠି ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ମଧୁମେହରୁ ରକ୍ଷା କରିଥାଏ :

ହଳଦୀ ସେବନ କରିବା ଦ୍ୱାରା ମଧୁମେହ ରୋଗକୁ ନିୟନ୍ତ୍ରଣ କରିଥାଏ । ଏହା ବ୍ୟତୀତ ହଳଦୀ ପାଣି କିଡନି ପାଇଁ ଲାଭକାରୀ ହୋଇଥାଏ ।

Leave a Reply

Your email address will not be published. Required fields are marked *

Back to top button