ମନୋରଞ୍ଜନ

Nana Patekar: ପୁଣେରେ ହେବ ନାନା ପାଟେକରଙ୍କ ଶେଷକୃତ୍ୟ, ସୂଚନା ଦେଲେ ଝିଅ ମଲହାର

ଲୋକପ୍ରିୟ ଅଭିନେତା ନାନା ପାଟେକର ଏବେ ଏହି ଦୁନିଆରେ ଆଉ ନାହାଁନ୍ତି । ଏହି ଦଃଖଦ ଖବର ଆଜି ସକାଳେ ଆସିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏଥିସହ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ରାଜନୀତି କ୍ଷେତ୍ରରେ ସମସ୍ତେ ଲଗାତାର ସୋସିଆଲ ମିଡିଆରେ ନାନା ପାଟେକରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ନିଧନରେ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ନାନା ପାଟେକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ମଧ୍ୟରେ ନାନା ପାଟେକରଙ୍କ ଶେଷକୃତ୍ୟ ସହିତ ଜଡିତ ଖବର ସାମ୍ନାକୁ ଆସିଛି ।

ନାନା ପାଟେକରଙ୍କ ଶେଷକୃତ୍ୟ ତାଙ୍କ କର୍ମକ୍ଷେତ୍ର ମୁମ୍ବାଇରେ ନୁହେଁ ବରଂ ତାଙ୍କ ଜନ୍ମଭୂମିରେ ହେବ । ପୁଣେ ସ୍ଥିତ ଡୋଞ୍ଜେ ଗାଁରେ ତାଙ୍କର ଶେଷକୃତ୍ୟ କରାଯିବ । ଯାହାର ସୂଚନା ନାନା ପାଟେକରଙ୍କ ଝିଅ ମଲହାର ପାଟେକର ଦେଇଛନ୍ତି । ସେ କହିଛନ୍ତି ଯେ, ନାନା ପାଟେକରଙ୍କ ଶେଷ ଇଚ୍ଛା ଥିଲା ଯେ, ତାଙ୍କର ଅନ୍ତିମ ସଂସ୍କାର ତାଙ୍କ ଜନ୍ମଭୂମିରେ ହେବ । ସେଥିପାଇଁ ଅଭିନେତାଙ୍କୁ ତାଙ୍କ ଜନ୍ମଭୂମିରେ ଶେଷବିଦାୟ ଦିଆଯିବ ବୋଲି ପରିବାର ଲୋକେ ନିଷ୍ପତ୍ତି ନେଇଛନ୍ତି । ବରିଷ୍ଠ ଅଭିନେତାଙ୍କ ମୃତ୍ୟୁ ପରେ, ହସ୍ପିଟାଲ ତାଙ୍କ ମୃତଦେହକୁ ଗୋଆ ମେଡିକାଲ କଲେଜକୁ ପଠାଇଛି । ପୋଷ୍ଟମର୍ଟମ ପରେ, ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ । ଯାହା ପରେ ପରିବାର ତାଙ୍କ ପାର୍ଥିବ ଶରୀରକୁ ପୁଣେ ଆଣିବେ ।

ସୂଚନାଯୋଗ୍ୟ ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡା. ଶେଖର ସାଲକରଙ୍କ ସୂଚନା ଅନୁସାରେ, ନାନା ପାଟେକରଙ୍କୁ ଭୋର ପ୍ରାୟ ୪ଟା ୨୦ ମିନିଟରେ ହସ୍ପିଟାଲ ଅଣାଯାଇଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ସିପିଆର୍ (CPR) ଦେବା ସହ ସମସ୍ତ ପ୍ରୟାସ କରିଥିଲେ । ହେଲେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ପରେ ଭୋର ୫ଟା ୨୦ ମିନିଟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Back to top button