ରାଜ୍ୟ

Series Accident: ନିଶାସକ୍ତ ଅବସ୍ଥାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ସିରିଜ ଦୁର୍ଘଟଣା ଘଟାଇଲେ ଯୁବତୀ, ବାଇକ୍ ଆରୋହୀ ଗୁରୁତର

ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ସିରିଜ ଦୁର୍ଘଟଣା । ନିଶାସକ୍ତ ଅବସ୍ଥାରେ ଜଣେ ଯୁବତୀ ବେପରୁଆ ଭାବେ ଦ୍ରୁତଗତିରେ କାର୍ ଚଳାଇ ଏକ ବାଇକ୍ ସମେତ ଅନ୍ୟ ଯାନବାହନକୁ ପିଟି ସିରିଜ୍ ଦୁର୍ଘଟଣା ଘଟାଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳ କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କାରଟି ଅତ୍ୟନ୍ତ ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ସମ୍ମୁଖରେ ଯାଉଥିବା ଏକ ବାଇକ୍ କୁ ଜୋରଦାର ଧକ୍କା ଦେଇଥିଲା ।

ଧକ୍କା ଏତେ ଭୟଙ୍କର ଥିଲା ଯେ ବାଇକ୍ ଚାଳକ ଛିଟିକି ପଡ଼ି ରକ୍ତଜୁଡ଼ୁବୁଡ଼ୁ ହୋଇଯାଇଥିଲେ ଏବଂ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏହାପରେ କାର୍ ଟି ଅନ୍ୟ କେତେକ ଯାନବାହନକୁ ମଧ୍ୟ ଧକ୍କା ଦେଇ ସିରିଜ୍ ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ଘଟାଇଥିବା ଯୁବତୀ ଜଣକ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ପ୍ରତ୍ୟକ୍ଷଦର୍ଶୀମାନେ ଅଭିଯୋଗ କରିଛନ୍ତି ।

ଏହାକୁ ନେଇ ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖାଦେଇଥିଲା । ଲୋକମାନେ କାର୍ ଟିକୁ ଅଟକାଇ ହଙ୍ଗାମା କରିବା ସହ ଉତ୍ତେଜନା ସୃଷ୍ଟି କରିଥିଲେ, ଯାହା ଫଳରେ କିଛି ସମୟ ଧରି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ​ଆହତ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୋଲିସର ତଦନ୍ତ ଜାରି ରହିଛି । ପୋଲିସ କାର୍ କୁ ଜବତ କରିବା ସହ ସମ୍ପୃକ୍ତ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave a Reply

Your email address will not be published. Required fields are marked *

Back to top button