
Mahanadi Water: ମହାନଦୀ ବିବାଦର ସମାଧାନ ପାଇଁ ବଢ଼ିଲା ଆଶା, CWC ନିଷ୍ପତ୍ତିକୁ ମାନିବ ଛତିଶଗଡ଼
ସିଡବ୍ଲୁସି ଯାହା ନିଷ୍ପତ୍ତି ନେବ ତାହା ମାନିବୁ । ଦିଲ୍ଲୀ ବୈଠକକୁ ଯିବା ପୂର୍ବରୁ ଏହା କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ମହାନଦୀ ଜଳ ବିବାଦରେ ସିଡବ୍ଲ୍ୟୁସି ଉଭୟ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ରୀୟ ଜଳ ଆୟୋଗ ଯାହା ନିଷ୍ପତ୍ତି ନେବେ, ତାହା ମାନିବାକୁ ଦୁଇ ରାଜ୍ୟ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ କହିଛନ୍ତି ।
ଦିଲ୍ଲୀ ଗସ୍ତ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ କହିଛନ୍ତି ଯେ, ଏହି ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଏବଂ ଉଭୟ ରାଜ୍ୟ ମଧ୍ୟରେ ସକରାତ୍ମକ ପରିବେଶ ସୃଷ୍ଟି ହୋଇଛି । ବର୍ତ୍ତମାନ କେନ୍ଦ୍ର ସମେତ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ରହିଛି । ଏହା ସମସ୍ୟାର ସମାଧାନ ପାଇଁ ଏକ ଅନୁକୂଳ ବାତାବରଣ ପ୍ରସ୍ତୁତ କରିଛି । ସେ ସ୍ପଷ୍ଟ କରିଛନ୍ତି ଯେ, ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଜଳ ଆୟୋଗ (CWC)କୁ ପତ୍ର ଲେଖି ଜଣାଇଛନ୍ତି ଯେ ଉଭୟ ରାଜ୍ୟର ସ୍ୱାର୍ଥ ଓ ହିତକୁ ଦୃଷ୍ଟିରେ ରଖି କମିଶନ ଯେଉଁ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ, ତାହାକୁ ଦୁଇ ରାଜ୍ୟ ପୂର୍ଣ୍ଣ ରୂପେ ସ୍ୱୀକାର କରିବେ ।