ରାଜ୍ୟ

Death Suspense: ୫ ଦିନ ବିତିଥିଲେବି ଶୁଭଶ୍ରୀଙ୍କ ମୃତ୍ୟୁର ଖିଅ ପାଉନି ପୋଲିସ, ୮ ଜଣଙ୍କୁ ଅଟକ ରଖି ଚାଲିଛି ପଚରାଉଚରା

ମିଳୁନି ମୃତଦେହ । ଖୋଲୁନି ରହସ୍ୟ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ରାଜୁପୁର ଗାଁର ଶୁଭଶ୍ରୀ ଦାସଙ୍କ ମୃତ୍ୟୁର ଖିଅ ପାଉନି ପୋଲିସ । ଶୁଭଶ୍ରୀ ନିଖୋଜ ଘଟଣାକୁ ୫ ଦିନ ବିତିଥିଲେବି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇ ପାରୁନି ରାଜନଗର ପୋଲିସ । ଶୁଭଶ୍ରୀଙ୍କ ପରିବାରର ଆଉ ତିନିଜଣ ସମେତ ମୋଟ ୮ ଜଣଙ୍କୁ ପୋଲିସ ଉଠାଇ ଆଣି ୨ଦିନ ହେବ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି ।

ଘଟଣା ସମ୍ପର୍କରେ କେନ୍ଦ୍ରାପଡ଼ା SPକୌଣସି ପ୍ରତିକ୍ରିୟା ରଖୁିନାହାନ୍ତି । ଦୁଇ ଦିନ ଧରି ହଂସୁଆ ନଦୀରେ ଶୁଭଶ୍ରୀଙ୍କ ମୃତ୍ୟୁ ଦେହକୁ ଅଗ୍ନିଶମ ବାହିନୀ ଖୋଜା ଖୋଜି କରୁଥିଲେ ବି ମୃତଦେହର କୌଣସି ପତ୍ତା ମିଳୁନାହିଁ । ଏପଟେ ପ୍ରତେକ୍ଷଦର୍ଶୀଙ୍କ କହିବା ଅନୁସାରେ ମୃତ ଦେହକୁ ପଥର ବାନ୍ଧି ଦୁବୃତ୍ତ ମଝି ନଈରେ ଫୋପାଡ଼ି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Back to top button