ଦେଶ ବିଦେଶ

Yavatmal Explosion: ଯବତମାଳ ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ, ୪ ମୃତ ଓ ୫ ଆହତ

ମହାରାଷ୍ଟ୍ରର ଯବତମାଳ ଜିଲ୍ଲାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଟ୍ରାକ୍ଟର ସହ ଯୋଡ଼ା ଟ୍ରଲିରେ ରଖାଯାଇଥିବା ଜେଲାଟିନ୍ ଛଡ଼ରୁ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି ।

ସୂଚନାନୁସାରେ, ମହାରାଷ୍ଟ୍ରର ଯବତମାଳ ଜିଲ୍ଲାର ଉମରଖେଡ ଅଞ୍ଚଳରେ ଏହି ଘଟଣା ଘଟିଛି । ଏକ ଟ୍ରାକ୍ଟରକୁ ମରାମତି ପାଇଁ ଧନକୀ ରୋଡ୍‌ରେ ଥିବା ଏକ ୱେଲ୍ଡିଂ ୱର୍କସପକୁ ଅଣାଯାଇଥିଲା । ଟ୍ରାକ୍ଟରରେ ୱେଲ୍ଡିଂ କାମ ଚାଲିଥିବା ସମୟରେ ହଠାତ୍ ଟ୍ରାକ୍ଟର ସହ ଯୋଡ଼ା ଟ୍ରଲିରେ ରଖାଯାଇଥିବା ଜେଲାଟିନ୍ ଛଡ଼ରେ ବିସ୍ଫୋରଣ ଘଟିଥିଲା ।

ବିସ୍ଫୋରଣ ପରେ ଟ୍ରଲିରେ ନିଆଁ ଲାଗିଯାଇଥିଲା । ଏହା ସହିତ ଟ୍ରାକ୍ଟରର ପଛ ଚକ ନିକଟରେ ଲାଗିଥିବା ଏକ ଏୟାର ସିଲିଣ୍ଡର ମଧ୍ୟ ଫାଟିଯାଇଥିଲା । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ବିସ୍ଫୋରଣର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କ ସହାୟତାରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି । ଏଥିସହ ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Back to top button