ରାଜ୍ୟ

DJ Sound: ଡିଜେ ସାଉଣ୍ଡ ନେଲା ଜୀବନ, ଜଣେ ମୃତ ଓ ୧୦ରୁ ଉର୍ଦ୍ଧ୍ବ ଗୁରୁତର

ଜଟଣୀରେ ଗଣେଶ ଭସାଣି ବେଳେ ଘଟିଛି ଅଘଟଣ । ଡିଜେର ଶବ୍ଦ ଓ ଭାଇବ୍ରେସନ ମଧ୍ୟରେ ଭୁଶୁଡ଼ି ପଡ଼ିଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦୁଇ ମହଲା କଂକ୍ରିଟ୍ ଛାତ । ଭସାଣି ଦେଖିବା ପାଇଁ ରାସ୍ତାକଡ଼ରେ ଏକାଠି ହୋଇଥିବା ଲୋକଙ୍କ ଉପରେ ଛାତର ଭଗ୍ନାବଶେଷ ଖସି ପଡ଼ିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ଅଞ୍ଚଳରେ ହଠାତ୍ ଆତଙ୍କ ଖେଳିଯାଇଥିଲା । ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ତୁରନ୍ତ ଭଗ୍ନାବଶେଷ ତଳୁ ଆହତଙ୍କୁ ବାହାର କରିଥିଲେ। ଗୁରୁତରଙ୍କୁ ଜଟଣୀ ସମେତ ବିଭିନ୍ନ ହସ୍ପିଟାଲକୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଭସାଣି ବେଳେ ଡିଜେକୁ ଅନୁମତି ନଥିବା ସତ୍ତ୍ବେ ମଧ୍ୟ ଡିଜେ ବାଜିଥିଲା । ଯାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *

Back to top button