
Subarnarekha Flood: ଭୟ ବଢ଼ାଉଛି ସୁବର୍ଣ୍ଣରେଖା, ଜଳମଗ୍ନ ଶତାଧିକ ଗାଁ
ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ଉତ୍ତର ବାଲେଶ୍ବରରେ ବନ୍ଯା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ସୁବର୍ଣ୍ଣରେଖା ନଦୀ ଜଳସ୍ତର । ଚଳିତ ବର୍ଷ ସୁବର୍ଣ୍ଣରେଖା ଚତୁର୍ଥ ବନ୍ଯା । ଭୋଗରାଇ,ବାଲିଆପାଳ ଓ ଜଳେଶ୍ୱର ବ୍ଲକର ଲକ୍ଷାଧିକ ଲୋକେ ପ୍ରଭାବିତ ହେବା ସହ ଶତାଧିକ ଗାଁ ଜଳମଗ୍ନ ହୋଇଛି ।
ସୁବର୍ଣ୍ଣରେଖା ନଦୀ ର ରାଜଘାଟ ଠାରେ ସତର୍କ ସଙ୍କେତ 9.45 ମିଟର ରହିଥିବା ବେଳେ ବିପଦ ସଙ୍କେତ ରହିଛି 10.36 ମିଟର । ସକାଳ ୬ଟା ସୁଦ୍ଧା ଜଳସ୍ତର 11.68 ମିଟରରେ ପ୍ରବାହିତ ହେଉଛି। ପୂର୍ବ ବନ୍ଯାରେ ହଜାର ହଜାର ହେକ୍ଟର ଜମିରେ ଧାନ ଏବଂ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜାଡି ଦେଇଥିଲା । ଏବେ ପୁଣି ନଦୀର ଜଳସ୍ତର ବଢୁଥିବାରୁ ନଦୀକୂଳିଆ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି । ଅନେକ ସ୍ଥାନରେ ରାସ୍ତା ଉପରେ ୪ ଫୁଟ ଉପରେ ବନ୍ଯା ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଦେଶୀ ଡଙ୍ଗା କିମ୍ବା ପାୱାର ବୋର୍ଟ ରେ ଯାତାୟତ କରୁଛନ୍ତି ।