
Baitarani And Salandi Flood: ବିପଦ ସଙ୍କେତ ଉପରେ ବୈତରଣୀ ଓ ସାଳନ୍ଦୀ, ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ୍ ଟିମ୍ ମୁତୟନ
ବିପଦ ସଙ୍କେତ ଉପରେ ବୈତରଣୀ ଓ ସାଳନ୍ଦୀ । ଆଖୁଆପଦା ଠାରେ ବୈତରଣୀର ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ଏବେ ୧୮.୭୭ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି ।
ସେହିପରି ରାଜଘାଟଠାରେ ସାଳନ୍ଦୀ ନଦୀର ବିପଦ ସଙ୍କେତ ୧୭ ଫୁଟ୍ ଥିବାବେଳେ ଏବେ ୧୯.୫୦ ମିଟରରେ ପ୍ରବାହିତ ହେଉଛି। ବୈତରଣୀ ବନ୍ୟା ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକର ୮ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଧାମନଗର ବ୍ଲକର ୨୫ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ। ଉଭୟ ବୈତରଣୀ ଓ ସାଳନ୍ଦୀ ବନ୍ୟା ଯୋଗୁଁ ତିହିଡି ବ୍ଲକର ୮ଟି ପଞ୍ଚାୟତ ଜଳମଗ୍ନ ହୋଇଛି । ଭଦ୍ରକ ପୌରାଞ୍ଚଳର ୧୫ଟି ୱାର୍ଡରେ ବନ୍ୟାପାଣି ପ୍ରବେଶ କରିଛି । ନାଳିଆ ନଦୀର ଆଙ୍କପଦାଠାରେ ୬୦ ଫୁଟର ଘାଇ ଯୋଗୁ ଶହ ଶହ ହେକ୍ଟର ଚାଷ ଜମି ବୁଡ଼ିଛି। ଦୋବଲ-ଷଣ୍ଢପୁର, ଧାମନଗର-ଫଳପୁର ଆଦି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି ।
ସେପଟେ ଭଦ୍ରକ ବ୍ଲକର ବିଷ୍ଣୁପୁର, ଅର୍ଣ୍ଣପାଳ, ହରିପୁର ପଞ୍ଚାୟତ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ । ୬ଟି ଗାଁର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ୍ ଟିମ୍ ମୁତୟନ ହୋଇଛନ୍ତି ।