
Young Man Rescued: ମାଛ ଧରିବାକୁ ଯାଇ ମୃତ୍ୟୁମୁଖରୁ ଫେରିଲେ ଯୁବକ, ଭିଡିଓ ଭାଇରାଲ
ପ୍ରଖର ସ୍ରୋତରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଘୁଆ ଜଳଭଣ୍ଡାର ୩ଟି ଗେଟ୍ ଖୋଲା ଯାଇଥିବା ବେଳେ ଜଣେ ଯୁବକ ମାଛ ଧରିବାକୁ ଯାଇ ପ୍ରଖର ସ୍ରୋତକୁ ଖସିପଡ଼ିଥିଲେ । କିଛି ସମୟ ସଂଘର୍ଷ ପରେ ଭାସି ଭାସି ଯାଇ ଏକ ଗଛରେ ଯୁବକ ସାହାରା ନେଇଥିବା ସୂଚନା ପାଇବା ପାଇ ପରେ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଉଦ୍ଧାର ଯୁବକ ଭଗବାନପୁର ଗାଁର ହୋଇଥିବା ସୂଚନା । ପ୍ରଖର ସ୍ରୋତରେ ଯୁବକ ଭାସିଯିବା ବେଳର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ, ବାଘୁଆ ଜଳଭଣ୍ଡାରର ୩ଟି ଗେଟ୍ ଖୋଲାଯାଇଥିବା ବେଳେ ଜଳଭଣ୍ଡାରରୁ ପ୍ରଖର ବେଗରେ ପାଣି ବାହାରୁଥିଲା । ଏହି ସମୟରେ ଭଗବାନପୁର ଗାଁର ଜଣେ ଯୁବକ ମାଛ ଧରିବାକୁ ଯାଇଥିଲେ। ତେବେ ହଠାତ୍ ସେ ପ୍ରଖର ଜଳସ୍ରୋତ ମଧ୍ୟରେ ଖସିପଡ଼ିଥିଲେ। ଯୁବକ ଜଣକ ପ୍ରଖର ସ୍ରୋତରେ ଭାସିଯାଇଥିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ଦୀର୍ଘ ପ୍ରୟାସ ପରେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ।