ରାଜ୍ୟ

Boat Sinks at Aryapalli: ଆର୍ଯ୍ୟପଲ୍ଲୀରେ ସମୁଦ୍ର ତାଣ୍ଡବ, ବୁଡ଼ିଲା ଡଙ୍ଗା

ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଜେଟିରେ ଅଘଟଣ ଘଟିଛି । ସମୁଦ୍ରରେ ଉଚ୍ଚ ଜୁଆର ଓ ଅଶାନ୍ତ ପରିସ୍ଥିତି ଯୋଗୁଁ ଜେଟି ପରିସରରେ ଜଳସ୍ତର ବଢ଼ିଯିବାରୁ ଜଣେ ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡ଼ି ଯାଇଥିଲା ।

ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା । ଏହାପରେ ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ର କୂଳରେ ମତ୍ସ୍ୟଜୀବୀମାନେ ନିଜ ନିଜ ଡଙ୍ଗାକୁ ସୁରକ୍ଷିତ ଭାବେ ବାନ୍ଧି ରଖିଥିଲେ । ତେବେ ସମୁଦ୍ରରେ ଅଶାନ୍ତି ବଢ଼ିବା ସହ ଜେଟି ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବାରୁ ଏକ ଡଙ୍ଗା ପାଣିରେ ବୁଡ଼ି ଯାଇଥିଲା । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏକାଠି ହୋଇ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଦୀର୍ଘ ପ୍ରୟାସ ପରେ ଡଙ୍ଗାଟିକୁ ପାଣିରୁ ଉଦ୍ଧାର କରାଯାଇଛି । ତେବେ ଡଙ୍ଗାରେ ଥିବା ଇଞ୍ଜିନ ସମେତ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ପାଣିରେ ବୁଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି ।

ଏହି ଘଟଣାରେ ମତ୍ସ୍ୟଜୀବୀଙ୍କ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କ୍ଷତି ହୋଇଥିବା ଦାବି କରାଯାଇଛି । କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ସରକାରୀ ସହାୟତା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *

Back to top button