ଦେଶ ବିଦେଶ

UCO Bank Recruitment: ୟୁକୋ ବ୍ୟାଙ୍କରେ ଖାଲି ପଡିଛି ପଦବୀ, ଜାଣନ୍ତୁ ଆବେଦନ ପ୍ରକ୍ରିୟା

ଆପଣ ଯଦି ଗ୍ରାଜୁଏସନ୍ ପାଠପଢ଼ା ଶେଷ କରିଛନ୍ତି ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ନିଜର ଭଲ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ୟୁକୋ ବ୍ୟାଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଅଫିସିଆଲ୍ ନୋଟିଫିକେସନ୍ ଜାରି କରାଯାଇଛି । ବ୍ୟାଙ୍କରେ କାମ କରିବାର ପ୍ରାକ୍ଟିକାଲ୍ ଅନୁଭୂତି ହାସଲ କରିବା ସହ ଷ୍ଟାଇପେଣ୍ଡ୍ ପାଇବା ପାଇଁ ଯୁବକ-ଯୁବତୀଙ୍କ ନିକଟରେ ଏହା ଏକ ସୁବର୍ଣ୍ଣ ସୁଯୋଗ ରହିବ । ୟୁକୋ ବ୍ୟାଙ୍କରେ ମୋଟ ୫୩୨ଟି ଆପ୍ରେଣ୍ଟିସ୍ ପଦବୀ ପାଇଁ ବଡ଼ ନିଯୁକ୍ତି ବାହାରିଛି ।

ପଦବୀ ବିବରଣୀ: ୫୩୨

ଆବେଦନ ତାରିଖ : ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୨୯ ଅକ୍ଟୋବର ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୦ ବର୍ଷରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । SC, ST, OBC ଏବଂ PWD ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା : ଯେକୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରୁ ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ହୋମପେଜରେ Recruitment / Careers ସେକ୍ସନକୁ ଯାଇ କ୍ଲିକ୍ କରନ୍ତୁ ।

“Engagement of Apprentices”ଲିଙ୍କରେ କ୍ଲିକ କରି ନୋଟିଫିକେସ ଉପରେ ଧ୍ୟାନ ଦିଅନ୍ତୁ ।

ଶିକ୍ଷାଗତ ବିବରଣୀ ଏବଂ ଆବଶ୍ୟକୀୟ କାଗଜକୁ ଅପଲୋଡ କରନ୍ତୁ ।

ଆବେଦନ ଶୁଳ୍କ ଦେଇ ଅନଲାଇନରେ ଅପଲୋଡ କରନ୍ତୁ ଏବଂ ଶେଷରେ ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ସହିତ ରଖନ୍ତୁ ।

Leave a Reply

Your email address will not be published. Required fields are marked *

Back to top button