ମନୋରଞ୍ଜନ

Rhiti Tiwari : ମନୋଜ ତିୱାରୀଙ୍କ ଦ୍ବିତୀୟ ବିବାହ କରାଇଲେ ଝିଅ ରିତି, ବିଗବସରୁ ବାଦ୍ ପଡିବା ପରେ ଖୁଲାସା କଲେ

ମନୋଜ ତିୱାରୀଙ୍କ ଝିଅ ରିତି ତିୱାରୀ ବିଗବସ୍ ହାଉସରୁ ବାଦ ପଡ଼ିଛନ୍ତି । ଶୋରୁ ବାଦ୍ ପଡିବା ପରେ ଇଣ୍ଟରଭ୍ୟୁରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଛନ୍ତି । ରିତି କହିବା ମୁତାବକ, ସେ ନିଜ ବାପା ମନୋଜ ତିଓ୍ବାରୀଙ୍କୁ ଦ୍ବିତୀୟ ବିବାହ କରିବା ପାଇଁ ପ୍ରେରଣା ଦେଇଥିଲେ । ସେ ୧୬ ବର୍ଷର ଥିବା ବେଳେ ତାଙ୍କ ବାପାଙ୍କୁ ଜୀବନ ସାଥି ମିଳିଯାଇଥିବା ଅନୁଭବ କରିଥିଲେ ।

ରିତି ୧୬ରୁ ୧୭ ବର୍ଷ ଥିବା ବେଳେ ଅନୁଭବ କରିଥିଲେ ବାପାଙ୍କୁ ଜୀବନ ସାଥି ମିଳିଯାଇଛି । କିନ୍ତୁ ମୋତେ କହିପାରୁନାହାନ୍ତି । ପିଲାମାନେ ସବୁକିଛି ବୁଝିପାରନ୍ତି, ସେମାନଙ୍କୁ କହିବା ଦରକାର ନାହିଁ । ସେ ଜାଣିଥିଲେ କି, ତାଙ୍କ ବାପା କେବେ ବି ବିବାହକୁ ନେଇ କିଛି କହିବେ ନାହିଁ । ତେଣୁ ତାଙ୍କୁ ଏ କାମ କରିବାକୁ ହେବ ।

ମୁଁ ଜାଣିଛି କି, ମୋ ବାପା ଏବେ ଷ୍ଟ୍ରଙ୍ଗ ନୁହନ୍ତି, ସେ ଏଭଳି କିଛି ନିଷ୍ପତ୍ତି ନେଇପାରିବେ ନାହିଁ । ତେଣୁ ମୁଁ ଫୋନ କରି ବାପାଙ୍କୁ ବିବାହ ପାଇଁ କହିଥିଲି । ମନୋଜ ତିଓ୍ବାରୀ ଝିଅଙ୍କ କଥା ଶୁଣି ଏଭଳି ନିଷ୍ପତ୍ତି ନେଇପାରିଥିଲେ ।
ମନୋଜ ତିୱାରୀ ୧୯୯୯ରେ ରାନୀ ତିୱାରୀଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କ ଝିଅ ରିତି ଜନ୍ମ ନେଇଥିଲେ । ଦୁହିଁଙ୍କ ବିବାହ ୧୧ ବର୍ଷରେ ୨୦୧୨ରେ ଭାଙ୍ଗିଥିଲା । ଦୁହିଁଙ୍କ ବିବାହ ବିଚ୍ଛେଦ ହେବା ପରେ ମନୋଜ ୨୦୨୦ରେ ବିବାହ କରିବାକୁ ମନସ୍ଥ କରିଥିଲେ । ୨୦୨୦ରେ ସୁରଭି ତିୱାରୀଙ୍କୁ ବିବାହ କରିଥିଲେ । ମନୋଜ ଏବଂ ସୁରଭିଙ୍କର ୨ଟି ଝିଅ ରହିଛି ।

Leave a Reply

Your email address will not be published. Required fields are marked *

Back to top button