ଦେଶ ବିଦେଶ

Robot Molesting Minor : ନାବାଳିକାକୁ ରୋବୋଟର ଅସଦାଚରଣ, ରୋବୋଟ ସହିତ ଦୁଇ ଯୁବକ ଅଟକ

ଜର୍ମାନୀର କୋଲୋନ ସହରରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ସହ ଅସଦାଚରଣ ଘଟଣାକୁ ନେଇ ଚାଞ୍ଚଲ୍ୟ । ଏହି ଘଟଣାରେ ପୋଲିସ ଏକ ରୋବୋଟକୁ ଅଟକ ରଖିଛି । ରୋବୋଟକୁ ନିୟନ୍ତ୍ରଣ କରୁଥିବା ଦୁଇ ଯୁବକଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ ଚାଲିଛି । ତେବେ ଏପର୍ଯ୍ୟନ୍ତ ଉଭୟଙ୍କ ବିରୋଧରେ କୌଣସି ଔପଚାରିକ ଅଭିଯୋଗ ଦାଖଲ ହୋଇନାହିଁ । ପୋଲିସ ସେମାନଙ୍କୁ ସନ୍ଦିଗ୍ଧ ଭାବେ ବିଚାର କରୁଛି।

ଜର୍ମାନୀରେ ଜଣେ ୧୬ ବର୍ଷର ଝିଅକୁ ଅଶ୍ଳୀଳ ଆଚରଣ ଅଭିଯୋଗରେ ପୋଲିସ ଏକ Humanoid Robotକୁ ଜବତ କରିଛି । ଜର୍ମାନୀର କୋଲୋନ୍ ସହରରେ ଥିବା ଏକ ରେଷ୍ଟୁରାଣ୍ଟ ବାହାରେ ରବିବାର ରାତି ପ୍ରାୟ ୧୧:୪୫ ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି । ସହରର ବ୍ୟସ୍ତବହୁଳ ହୋହେନଜୋଲେର୍ନରିଙ୍ଗ୍ ରାସ୍ତାରେ ନିଜ ସାଙ୍ଗମାନଙ୍କ ସହ ଛିଡ଼ା ହୋଇଥିଲେ ଜଣେ ୧୬ ବର୍ଷର ଝିଅ । ଏହି ସମୟରେ ଗୋଟିଏ ନାଲି ରଙ୍ଗର ରୋବଟ୍ ପଛପଟୁ ଆସି ନାବାଳିକାଙ୍କୁ ଅସଦାଚରଣ କରିଥିଲା । ଏହି ସମ୍ପୂର୍ଣ୍ଣ ଘଟଣାକୁ କ୍ୟାମେରାରେ ରେକର୍ଡ କରାଯିବା ସହ ସୋସିଆଲ୍ ମିଡିଆରେ ଲାଇଭ୍ ଷ୍ଟ୍ରିମ କରାଯାଉଥିଲା ବୋଲି ପୋଲିସକୁ ସୂଚନା ମିଳିଛି ।

ଦୁଇ ଯୁବକଙ୍କ ନିୟନ୍ତ୍ରଣରେ ଥିବା ରୋବୋଟ୍ ନାବାଳିକାଙ୍କ ସହ ଅସଦାଚରଣ କରିଥିଲା । ପ୍ରାୟ ୧.୨ ମିଟର ଉଚ୍ଚତାର ଏହି ରୋବଟ୍ ନାବାଳିକାଙ୍କ ନିକଟକୁ ଆସି ତାଙ୍କୁ ଆପତ୍ତିଜନକ ଭାବରେ ସ୍ପର୍ଶ କରିଥିଲା । ଏପରିକି ଏହା ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲା । ଏହା ପରେ ପୀଡ଼ିତା ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ରୋବୋଟକୁ ଜବତ କରିବା ସହିତ ଦୁଇ ଯୁବକଙ୍କୁ ଅଟକ ରଖିଛି ।

ଏକ ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ ନିକଟରେ ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ଏକ ଗାଡ଼ିର ଡିକି ଭିତରୁ ରୋବୋଟ୍ଟିକୁ ଠାବ କରାଯାଇଥିଲା । ପୋଲିସ ରୋବୋଟ୍କୁ ଜବତ କରିବା ସହ ଏହାକୁ ନିୟନ୍ତ୍ରଣ କରୁଥିବା ଦୁଇ ଯୁବକଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି ।

କୋଲୋନ ପୋଲିସର ମୁଖପାତ୍ର କ୍ରିଷ୍ଟୋଫ୍ ବର୍ମେଲ୍ କହିଛନ୍ତି ଯେ, ଏଭଳି ଘଟଣା ପୋଲିସ ପାଇଁ ଏକ ନୂଆ ଅନୁଭବ । ତେଣୁ ଘଟଣାର ସମସ୍ତ ଦିଗକୁ ଗୁରୁତ୍ୱର ସହ ଯାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *

Back to top button