ଦେଶ ବିଦେଶ

Kerala Accident: ମୋ ବାପା ସବୁ ସମ୍ଭାଳି ନେବେ: କାର୍ ଚଢାଇ ୩ ଜଣଙ୍କ ଜୀବନ ନେବା ପରେ ଏମିତି କହିଲା ନାବାଳକ

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ସ୍କୁଟରକୁ ଧକ୍କା ଦେଲା ଦ୍ରୁତଗାମୀ କାର୍ , ୩ ଛାତ୍ରଙ୍କ ମୃତ୍ୟୁ । କେରଳର କୋଚି ବିମାନବନ୍ଦର ନିକଟରେ ଦୁର୍ଘଟଣା ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କୋଚି ବିମାନବନ୍ଦର ନିକଟରେ ଏକ ସ୍କୁଟରରେ ଯାଉଥିବା ୩ ଜଣ ଛାତ୍ରଙ୍କୁ କାର୍ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ୧୯ ବର୍ଷୀୟ ଯୁବକ ଜଣକ ଦୁର୍ଘଟଣାର ଘଟାଇଥିବାବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ତେବେ ଏହି ଦୁର୍ଘଟଣା ପରେ କାର୍ ଚାଳକ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ରିପୋର୍ଟ ଅନୁସାରେ, ନାବାଳକ ଚାଳକ କୁଆଡ଼େ କହିଥିଲା କି, ମୋ ବାପା ସବୁ ସମ୍ଭାଳି ନେବେ। ଘଟଣାରେ ପୋଲିସ କାର୍ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଦୁର୍ଘଟଣା ବେଳେ ଚାଳକ ମଦ୍ୟପାନ କରିଥିଲା କି ନାହିଁ ? ତାହା ଜାଣିବା ପାଇଁ ପରୀକ୍ଷା କରାଯାଇଛି । ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

Leave a Reply

Your email address will not be published. Required fields are marked *

Back to top button