କ୍ରୀଡା

Gautam Gambhir Statement : ୱେଷ୍ଟଇଣ୍ଡିଜ୍ ଠାରୁ ହାରିବା ପରେ ବୋଲରଙ୍କ ସପକ୍ଷ ନେଇ କହିଲେ ଗମ୍ଭୀର, ଆମେ ବିଶ୍ବ ଚାମ୍ପିଅନ

ରାଞ୍ଚିରେ ଶୁକ୍ରବାର ଖେଳାଯାଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟି-୨୦ ମ୍ୟାଚକୁ ୱେଷ୍ଟଇଣ୍ଡିଜ୍ ୬ ୱିକେଟରେ ଜିତିନେଇଛି । ଭାରତୀୟ ଦଳ ୨୫୦ ରନର ବଡ଼ ଟାର୍ଗେଟ୍ ଦେଇଥିଲେ ମଧ୍ୟ ଏହାକୁ ଡିଫେଣ୍ଡ କରିପାରିନଥିଲା । ଭାରତ ମ୍ୟାଚ ହାରିବା ପରେ ଟିମର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନିଜ ବୋଲରଙ୍କ ପକ୍ଷ ରଖିଛନ୍ତି ।

ମ୍ୟାଚ୍ ପରେ ଗୌତମ ଗମ୍ଭୀର କହିଛନ୍ତି, ସେମାନେ କୌଣସି ବିଦେଶୀ ବୋଲର ନୁହନ୍ତି, ସେମାନଙ୍କ କ୍ୟାରିଅର ବିପଦରେ ପଡୁଛି । ସେମାନେ ଡ୍ରେସିଂ ରୁମରେ ବସିବାକୁ ବହୁ ପରିଶ୍ରମ କରୁଛନ୍ତି । ସେମାନେ ପରିଶ୍ରମ କରୁଛନ୍ତି, ଏବେ ବି ପରିଶ୍ରମ କରୁଛନ୍ତି । ତେଣୁ ବ୍ୟାଟ୍ ଓ ବଲ୍ ମଧ୍ୟରେ ସମାନ ପ୍ରତିଯୋଗିତା ହେଲେ ଭଲ କ୍ରିକେଟ୍ ଦେଖିବାକୁ ମିଳିବ ।

ଆମେ ବିଶ୍ୱଚାମ୍ପିୟନ ଦଳ । ଆମେ ନିଜର ପ୍ରଦର୍ଶନରେ ସୁଧାର ଆଣିବାକୁ ଚାହୁଁଛୁ । ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ହେବ ଏବଂ କାକର ମଧ୍ୟ ପଡ଼ିବ । କିନ୍ତୁ ଆମକୁ ଏହି ପରିସ୍ଥିତିରେ ପ୍ରତିପକ୍ଷ ଦଳକୁ ରୋକିବାର ଉପାୟ ଖୋଜିବାକୁ ପଡ଼ିବ । ୱେଷ୍ଟଇଣ୍ଡିଜ ପ୍ରଥମ ଓଭରରେ ଦୁଇଟି ୱିକେଟ୍ ଏବଂ ପ୍ରଥମ ୬ ଓଭର ମଧ୍ୟରେ ତିନୋଟି ୱିକେଟ୍ ପଡ଼ିଥିଲା । ଏଭଳି ସ୍ଥିତିରେ ଭାରତୀୟ ବୋଲରଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ଥିଲା ।

ମ୍ୟାଚର ପ୍ରଥମ ଓଭରରେ ମୟଙ୍କ ଯାଦବ କାମିଲ ପୂରନ ଓ ଶିମରନ୍ ହେଟମାୟରଙ୍କୁ ଆଉଟ୍ କରି ୱେଷ୍ଟଇଣ୍ଡିଜକୁ ଚାପରେ ପକାଇଥିଲେ । ଏହାପରେ ଷଷ୍ଠ ଓଭରରେ ରୋଭମାନ ପାୱେଲଙ୍କ ୱିକେଟ୍ ନେଇଥିଲେ ମୟଙ୍କ । ଫଳରେ ୫୮ ରନ୍ ହେବା ବେଳକୁ ୱେଷ୍ଟଇଣ୍ଡିଜର ତିନୋଟି ୱିକେଟ୍ ପଡ଼ିସାରିଥିଲା ।

କିନ୍ତୁ ଏହା ପରେ ୱେଷ୍ଟଇଣ୍ଡିଜ୍ ବ୍ୟାଟରମାନେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଫଳରେ ୨୫୦ ରନ୍ର ଲକ୍ଷ୍ୟ ଦେଇ ମଧ୍ୟ ଭାରତ ବିଜୟୀ ହୋଇପାରିନଥିଲା । ଏଭଳି କଠିନ ପରିସ୍ଥିତିରୁ ଶିକ୍ଷା ନେଇ ଭାରତୀୟ ଦଳକୁ ନିଜର ବୋଲିଂରେ ସୁଧାର ଆଣିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *

Back to top button