
Salman Khan: ସଲମାନଙ୍କ ମାତୃଭୂମି ଫିଲ୍ମରେ ପୁଣି ବଡ଼ ପରିବର୍ତ୍ତନ, ରିରାଇଟ୍ ହେଲା କ୍ଲାଇମାକ୍ସ
ସଲମାନ ଖାନଙ୍କ ଆଗାମୀ ୱାର ଡ୍ରାମା ଫିଲ୍ମ ‘ମାତୃଭୂମି ମେ ୱାର ରେଷ୍ଟ ଇନ୍ ପିସ୍’ ରିଲିଜ୍ ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଏହାରି ମଧ୍ୟରେ ଫିଲ୍ମକୁ ସରକାରୀ ଅନୁମୋଦନ ମିଳିଛି । ଏକ ରିପୋର୍ଟ ମୁତାବକ ଫିଲ୍ମରେ ପୁଣି ବଡ଼ ପରିବର୍ତ୍ତନ ହୋଇଛି । ବାସ୍ତବରେ CBFCରେ ସ୍କ୍ରିନିଂ ପୂର୍ବରୁ ନିର୍ମାତାମାନେ ଫିଲ୍ମର କ୍ଲାଇମାକ୍ସ ଏବଂ ଅଭିନେତାଙ୍କ ଚରିତ୍ରର ଯାତ୍ରା ଉପରେ ପୁଣିଥରେ କାମ କରୁଛନ୍ତି ।
ଏହି ଫିଲ୍ମ ପ୍ରଥମେ ‘ବ୍ୟାଟେଲ ଅଫ୍ ଗଲବାନ’ ନାଁରେ ରିଲିଜ ହେବାରେ ଥିଲା । କିନ୍ତୁ ଭାରତ-ଚିନ୍ ସମ୍ପର୍କରେ ସୁଧାର ଆସିବା ପରେ ଏହାର ଟାଇଟେଲଠାରୁ ଆରମ୍ଭ କରି କାହାଣୀ ଏବଂ ଟ୍ରିଟମେଣ୍ଟରେ ଅନେକ ବଡ଼ ପରିବର୍ତ୍ତନ କରାଯାଇସାରିଛି । ‘ମାତୃଭୂମି ମେ ୱାର ରେଷ୍ଟ ଇନ୍ ପିସ୍’ କୁ ଏହି ସପ୍ତାହରେ ସିବିଏଫ୍ସି ଦ୍ବାରା ସମୀକ୍ଷା କରାଯିବାର ଆଶା କରାଯାଉଛି ଏବଂ ନିର୍ମାତାମାନେ ସଲମାନ ଖାନ ଅଭିନୀତ ଫିଲ୍ମରେ ଆହୁରି ପରିବର୍ତ୍ତନ କରିଛନ୍ତି । ଫିଲ୍ମର କ୍ଲାଇମାକ୍ସକୁ ପୁନଃଲିଖନ କରାଯାଇଛି ଏବଂ ସଲମାନଙ୍କ ଚରିତ୍ରର ଯାତ୍ରାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନଗୁଡ଼ିକ ଭାରତ-ଚୀନ୍ ବିବାଦ ପ୍ରତି ଫିଲ୍ମର ପରିବର୍ତ୍ତିତ ଆଭିମୁଖ୍ୟ ଏବଂ ଶାନ୍ତିର ବ୍ୟାପକ ବାର୍ତ୍ତାକୁ ପ୍ରତିଫଳିତ କରୁଥିବା କୁହାଯାଉଛି ।
ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ ସଂଘର୍ଷକୁ କିପରି ଦେଖାଯିବ, ସେନେଇ ବେଶ୍ ସତର୍କ ଅଛନ୍ତି । କୁହାଯାଉଛି ଯେ, ପରିବର୍ତ୍ତିତ ଶେଷ ଭାଗକୁ ଏପରି ଭାବେ ଡିଜାଇନ୍ କରାଯାଇଛି, ଯାହାଦ୍ୱାରା ଫିଲ୍ମଟି ଏକ ପାରମ୍ପରିକ ଯୁଦ୍ଧ-ଡ୍ରାମା ଭାବେ ଶେଷ ହେବା ପରିବର୍ତ୍ତେ ସମନ୍ୱୟ ଏବଂ ଶାନ୍ତି ଉପରେ ଫିଲ୍ମର ଗୁରୁତ୍ୱକୁ ଅଧିକ ଭଲ ଭାବେ ପ୍ରତିଫଳିତ କରିପାରିବ । ଫିଲ୍ମର ପରିବର୍ତ୍ତିତ ସଂସ୍କରଣକୁ ଗତ ସପ୍ତାହରେ ହିଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ନୋ ଅବଜେକ୍ସନ୍ ସାର୍ଟିଫିକେଟ୍’ (NOC) ମିଳିସାରିଛି । ‘ମିଡ୍-ଡେ’ର ରିପୋର୍ଟ ଅନୁଯାୟୀ, ଏହା ପରେ ଫିଲ୍ମଟିକୁ ସିବିଏଫ୍ସି (CBFC) ନିକଟରେ ଦାଖଲ କରାଯାଇଛି ଏବଂ ଏବେ ନିର୍ମାତାମାନେ ସ୍କ୍ରିନିଂ ତାରିଖକୁ ଅପେକ୍ଷା କରୁଛନ୍ତି । ଯଦି ଆଶା ଅନୁଯାୟୀ ଏହି ସପ୍ତାହରେ ସେନ୍ସର ବୋର୍ଡ ଫିଲ୍ମଟିର ଯାଞ୍ଚ କରିନିଏ, ତେବେ ସର୍ଟିଫିକେସନ୍ ପ୍ରକ୍ରିୟା ପରେ ଏହାର ରିଲିଜ୍ ପ୍ଲାନ୍ ବିଷୟରେ ଅଧିକ ସ୍ପଷ୍ଟ ସୂଚନା ମିଳିପାରେ ।
ସଲମାନ ଖାନ ଫିଲ୍ମସ୍ର ବ୍ୟାନର ତଳେ ସଲମାନ ଖାନଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମ ‘ମାତୃଭୂମି: ମେ ୱାର୍ ରେଷ୍ଟ୍ ଇନ୍ ପିସ୍’ରେ ଚିତ୍ରାଙ୍ଗଦା ସିଂ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହି ଫିଲ୍ମର ନାମ ପୂର୍ବରୁ ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଥିଲା, ଯାହାକୁ ଚଳିତ ବର୍ଷର ଆରମ୍ଭରେ ପରିବର୍ତ୍ତନ କରି ‘ମାତୃଭୂମି’ ରଖାଯାଇଥିଲା । ପ୍ରକୃତରେ, ଏହି ଫିଲ୍ମ ୨୦୨୦ ମସିହାରେ ଭାରତୀୟ ଏବଂ ଚୀନ୍ ସୈନିକମାନଙ୍କ ମଧ୍ୟରେ ଗାଲୱାନ୍ ଉପତ୍ୟକାରେ ହୋଇଥିବା ସଂଘର୍ଷ ଉପରେ ଆଧାରିତ ଥିଲା । କିନ୍ତୁ ଖବର ଅନୁଯାୟୀ, ପୁନଃ ଶୁଟିଂ ପରେ ଫିଲ୍ମରୁ ଚୀନ୍ ସହ ଜଡ଼ିତ ସମସ୍ତ ଉଲ୍ଲେଖ ହଟାଇ ଦିଆଯାଇଛି । ଏହି ଫିଲ୍ମଟି ମୂଳତଃ ଚଳିତ ବର୍ଷ ଏପ୍ରିଲ୍ରେ ରିଲିଜ୍ ହେବାର ଥିଲା, କିନ୍ତୁ ପରେ ଏହାକୁ ସ୍ଥଗିତ କରାଯାଇଥିଲା । ନିର୍ମାତାମାନେ ଏପର୍ଯ୍ୟନ୍ତ ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରିନାହାନ୍ତି ।