ରାଜ୍ୟ

BJD’s Jana Sampark Padyatra: ଓଡ଼ିଶା ଛବିକୁ ନଷ୍ଟ କରିଦେଲା ଡବଲ୍ ଇଞ୍ଜିନ୍ ସରକାର: ନବୀନ ପଟ୍ଟନାୟକ

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା । କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଉତ୍ତର ନିର୍ବାଚନ ମଣ୍ଡଳୀ ଆରଟିଓ ପଡିଆରେ ଆୟୋଜିତ ହୋଇଥିବା ଏହି ଜନ ସମ୍ପର୍କ ପଦଯାତ୍ରାରେ ହଜାର ହଜାର ସଂଖ୍ୟାର କର୍ମୀ ଓ ନେତା ଯୋଗ ଦେଇଛନ୍ତି । ଦଳର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଗତ ୨ ତାରିଖରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି ।

ଜନତାଙ୍କୁ ସମ୍ବୋଧିତ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି କି,  ଓଡ଼ିଶା ଛବିକୁ ନଷ୍ଟ କରିଦେଲା ଡବଲ୍ ଇଞ୍ଜିନ୍ ସରକାର । ବିଜେଡି ବିକାଶ ଓ ସେବାରେ ବିଶ୍ବାସ କରେ ବୋଲି  କହିଲେ ନବୀନ  । ‘ବିଜେଡି ସରକାର ବେଳେ ଓଡ଼ିଶାର ଅନେକ ବିକାଶ ହୋଇଛି । ‘ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ମଡେଲ୍ ଷ୍ଟେଟ୍ ହୋଇ ପାରିଥିଲା । କିନ୍ତୁ ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାର ଇମେଜକୁ ନଷ୍ଟ କରିଦେଲା ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

ବିଜେପି ସରକାରର ବିଫଳତା ସବୁ ଘରେ ଜଣାଇବାକୁ ଅପିଲ୍ କଲେ ନବୀନ ପଟ୍ଟନାୟକ । ବିକାଶ ଓ ସେବାରେ ବିଜେଡି ବିଶ୍ୱାସ କରେ। ବିଜେପି ସରକାରର ବିଫଳତା ସବୁ ଘରେ ଜଣାଇବାକୁ ସେ ଅପିଲ କରିଛନ୍ତି । ଆଜି ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ବିଜେଡି ପଦଯାତ୍ରାରେ ସାମିଲ ହୋଇ ଏହା କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଭୁବନେଶ୍ୱର RTO ପଡିଆରେ ଆୟୋଜିତ ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ କର୍ମୀ, ନେତା ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଗତ ଅକ୍ଟୋବର ୨ ତାରିଖରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ସାରା ରାଜ୍ୟରେ ମାସେ ଧରି ଏହି କାର୍ଯ୍ୟକ୍ରମ ଚାଲିବ ।

Leave a Reply

Your email address will not be published. Required fields are marked *

Back to top button