
Nana Patekar-Manisha Koirala Romance: ନାନା ଏବଂ ମନୀଷାଙ୍କ ସଂପର୍କକୁ ନେଇ ଚାଲିଥିଲା ଚର୍ଚ୍ଚା, ଉଭୟେ ପରସ୍ପରର ଭଲ ବନ୍ଧୁ ଥିଲେ
ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ ଖବର ନେଇ ସମସ୍ତ ବଲିଉଡ ଇଣ୍ଡଷ୍ଟ୍ରୀ ସ୍ତବ୍ଧ । ହାର୍ଟଆଟାକ ଯୋଗୁଁ ୭୫ ବର୍ଷ ବସରେ ଗୋଆ ବାସଭବନରେ ଜୀବନ ହାରିଛନ୍ତି । ନାନାଙ୍କ ପରଲୋକ ନେଇ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ଏହାରି ଭିତରେ ନାନା ପାଟେକର ଓ ମନୀଷା କୋଇରାଲାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହୋଇଥିଲା । ଏବେ ଅଗ୍ନିସାକ୍ଷୀ ଫିଲ୍ମର ଲେଖକ ରଣବୀର ପୁଷ୍ପ ଉଭୟ କଳାକାରଙ୍କ ସମ୍ପର୍କକୁ ନେଇ ନିଜ ଅନୁଭୂତି ସେୟାର କରିଛନ୍ତି । ତାଙ୍କ କହିବା ଅନୁସାରେ, ନାନା ଓ ମନୀଷାଙ୍କ ମଧ୍ୟରେ ଭଲ ବନ୍ଧୁତା ଓ ପରସ୍ପର ବୁଝାମଣା ଥିଲା । ତେବେ ସେ ଏହାକୁ କେବେ ରୋମାଣ୍ଟିକ୍ ସମ୍ପର୍କ ଭାବେ ଦେଖିନଥିଲେ ।
ରଣବୀର ପୁଷ୍ପ କହିଛନ୍ତି, ନାନା ପାଟେକର ଓ ମନୀଷା କୋଇରାଲା ପରସ୍ପରର ନିକଟତର ବନ୍ଧୁ ଥିଲେ। ଦୁହିଁଙ୍କ ମଧ୍ୟରେ ଭଲ ବୁଝାମଣା ଥିଲା ଏବଂ ସେମାନେ ଶୁଟିଂ ପୂର୍ବରୁ ସିନକୁ ନେଇ ଆଲୋଚନା କରୁଥିଲେ । ଏହାର ପ୍ରଭାବ ପରଦାରେ ମଧ୍ୟ ତାଙ୍କ ଅଭିନୟରେ ଦେଖିବାକୁ ମିଳୁଥିଲା ।
ତେବେ ଉଭୟଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି କେବଳ ବନ୍ଧୁତାଠାରୁ ଅଧିକ ନ ଥିଲା । ସେମାନଙ୍କ ମଧ୍ୟରେ ବନ୍ଧୁତା ଓ ବୁଝାମଣା ଥିଲା । ସେମାନେ ଏକାଠି ଦୃଶ୍ୟ ଉପରେ ଆଲୋଚନା କରୁଥିଲେ । ତେବେ ଏହାକୁ ନେଇ ପରେ ନାନା ଓ ମନୀଷାଙ୍କ ସମ୍ପର୍କକୁ ନେଇ ବିଭିନ୍ନ କଥା ଖବରକାଗଜରେ ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଧ୍ୟାନ ଦେଇନଥିଲେ ରଣବୀର । ସେମାନେ ଶୁଟିଂ ସେଟରେ ସେ ମୁଖ୍ୟତଃ ନିଜ କାମ ଉପରେ ଧ୍ୟାନ ଦେଉଥିଲେ ।
ପାର୍ଥୋ ଘୋଷଙ୍କ ନିର୍ଦ୍ଦେଶିତ ଅଗ୍ନି ସାକ୍ଷୀ ୧୯୯୬ରେ ରିଲିଜ୍ ହୋଇଥିଲା । ଏହି ସାଇକୋଲୋଜିକାଲ୍ ଥ୍ରିଲର ଫିଲ୍ମରେ ନାନା ପାଟେକର, ମନୀଷା କୋଇରାଲା ଓ ଜ୍ୟାକି ଶ୍ରଫ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମ ରିଲିଜ୍ ହେବା ପରଠାରୁ ନାନା ଓ ମନୀଷାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲା ।