
ଦେଶ ବିଦେଶ
CNG And PNG Price Hike: ପାର୍ବଣ ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା, ଆଜିଠାରୁ ବଢିଲା CNG ଓ PNG ଦାମ୍
ଆଜିଠାରୁ CNG ଏବଂ PNGର ଉଭୟର ଦାମ୍ ବୃଦ୍ଧି ପାଇଛି । ଉଭୟର ମୂଲ୍ୟ ୨ଟଙ୍କା ହିଁ ବୃଦ୍ଧି ପାଇଛି । କିନ୍ତୁ ଏହି ବୃଦ୍ଧି ସାରା ଦେଶରେ ହୋଇନାହିଁ । କେବଳ ରାଜସ୍ଥାନର ଜୟପୁର ସହରରେ Torrent Gas ପକ୍ଷରୁ CNG ଓ PNG ଦର ବଢ଼ାଯାଇଛି । CNG ଏବଂ PNG ଉଭୟର ମୂଲ୍ୟ ୨ ଟଙ୍କା ବୃଦ୍ଧି କରିଛି ଏବଂ ନୂଆ ଦର ଆଜିଠାରୁ ଲାଗୁ ହୋଇଛି ।
ଜୟପୁରରେ CNG ଗ୍ୟାସର ମୂଲ୍ୟ ଏବେ ପ୍ରତି କିଲୋଗ୍ରାମ ୯୭.୫୦ ଟଙ୍କାରୁ ବୃଦ୍ଧି ପାଇ ୯୯.୫୦ ଟଙ୍କାକୁ ହୋଇଛି । ଏହି ସମୟରେ ରୋଷେଇ ପାଇଁ ବ୍ୟବହାର ହେଉଥିବା PNG ଗ୍ୟାସର ମୂଲ୍ୟ ଟିକସ ସହିତ ପ୍ରତି SCM ୫୧.୫୦ଟଙ୍କାରୁ ବୃଦ୍ଧି ପାଇ ୫୩.୫୦ଟଙ୍କା ହୋଇଛି । ଏହି ଦରରେ ଟ୍ୟାକ୍ସ ମଧ୍ୟ ସାମିଲ ରହିଛି । ଏହି ଦରବୃଦ୍ଧିର ପ୍ରଭାବ ଜୟପୁରର CNG ଯାନ ଚାଳକଙ୍କ ସହିତ PNG ବ୍ୟବହାର କରୁଥିବା ଘରୋଇ ଉପଭୋକ୍ତାଙ୍କ ଉପରେ ପଡ଼ିବ । ତେବେ ଏହି ଦରବୃଦ୍ଧି କେବଳ ଜୟପୁର ସହର ପାଇଁ ଲାଗୁ ହୋଇଥିବାରୁ ଦେଶର ଅନ୍ୟ ସ୍ଥାନର CNG ଓ PNG ଦର ଏହା ଦ୍ୱାରା ପ୍ରଭାବିତ ହୋଇନାହିଁ ।