ରାଜ୍ୟ

Khallikote University: ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟରେ ଶକ୍ତି ପ୍ରଦର୍ଶନବେଳେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୯ ଜଣଙ୍କୁ ଅଟକ ପରେ ଅଣ୍ଡର ଟେକିଙ୍ଗ ଲେଖାଇ ଛାଡ଼ିଲା ପୋଲିସ

ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟରେ ଶକ୍ତି ପ୍ରଦର୍ଶନ । ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ । ଟାଉନ ଥାନାରେ ଉଭୟ ପକ୍ଷର ୯ ଜଣଙ୍କୁ ଅଟକ ପରେ ଅଣ୍ଡର ଟେକିଙ୍ଗ ଲେଖାଇ ଛାଡ଼ିଲା ପୋଲିସ । ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏବେଠାରୁ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଛି ।

ଦୁଇ ଗୋଷ୍ଠୀର ନେତାଙ୍କ ମଧ୍ୟରେ କଥା କଟାକଟି ହୋଇ ପରିବେଶ ତିକ୍ତ ହୋଇଯାଇଥିଲା । କ୍ୟାମ୍ପସରେ କେ ସାଇ କୁମାର ଓ ବିକ୍ରମ ଜେନା ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଶକ୍ତି ପ୍ରଦର୍ଶନ ଓ ମୁହାଁମୁହିଁ ହୋଇଛନ୍ତି । କ୍ୟାମ୍ପସରେ ନିଜ ନିଜ ପତିଆରା ଜାହିର କରିବାକୁ ଦୁଇ ଛାତ୍ର ଗୋଷ୍ଠୀ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲେ । ଏହି ସମୟରେ ପରସ୍ପର ମୁହାଁମୁହିଁ ହୋଇଥିବା କୁହାଯାଉଛି ।

ଖବର ପାଇ ପୋଲିସ ଉଭୟ ଗୋଷ୍ଠୀର ଦୁଇ ଛାତ୍ର ନେତାଙ୍କ ସମେତ ୯ ଜଣଙ୍କୁ ଟାଉନ ଥାନା ପୋଲିସ ଉଠାଇ ନେଇ ଦୀର୍ଘ ସମୟ ଅଟକ ରଖିଥିଲା । ପରେ ଉଭୟ ଗୋଷ୍ଠୀଙ୍କୁ ଚେତାବନୀ ଦେଇ ସେମାନ ଙ୍କ ଠାରୁ ଅଣ୍ଡର ଟେକିଙ୍ଗ ଲେଖାଇ ସେମାନଙ୍କୁ ଛାଡ଼ିଥିବା ଜଣା ପଡିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ କ୍ୟାମ୍ପସ ଏବଂ ଏହାର ଆଖପାଖରେ କଡ଼ା ନଜର ରଖିଛି । ଆଗକୁ କୌଣସି ଅପ୍ରୀତିକର ଘଟଣା ଯେପରି ନଘଟେ, ସେଥିପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଫୁଟ୍ ପାଟ୍ରୋଲିଂ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *

Back to top button