ଦେଶ ବିଦେଶ

Boiler Explosion: ଫାର୍ମା କଂପାନିରେ ବଏଲର ବ୍ଲାଷ୍ଟ, ଚାଲିଗଲା ୫ ଶ୍ରମିକଙ୍କ ଜୀବନ

ଫାର୍ମା କଂପାନିରେ ବଏଲର ବ୍ଲାଷ୍ଟ, ଚାଲିଗଲା ୫ ଶ୍ରମିକଙ୍କ ଜୀବନ । ଦୁର୍ଘଟଣାରେ ୧୦ରୁ ଅଧିକ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲା ଶ୍ରୀ ସିଟି ସ୍ପେଶାଲ ଇକୋନୋମିକ୍ ଜୋନ୍ ସତ୍ୟବେଦୁ ମଣ୍ଡଳରେ ଥିବା ଏକ ଔଷଧ ପ୍ରସ୍ତୁତକାରୀ କମ୍ପାନୀରେ ଏହି ବିସ୍ଫୋରଣ ଘଟିଛି ।

ଶନିବାର କାରଖାନାର ନାଇଟ୍ ସିଫ୍ଟ ଚାଲିଥିବା ବେଳେ, ହଠାତ୍ ଭୋର ସମୟରେ ବଏଲରରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସମଗ୍ର ୟୁନିଟ୍ ଭିତରେ ନିଆଁ ବ୍ୟାପି ଯାଇଥିଲା। ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ ହିଁ ଦୁଇ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ, ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ଜୀବନ ଯାଇଛି ।

ଗୁରୁତର ୧୦ ଜଣ ଶ୍ରମିକଙ୍କୁ ପାଖ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ, ଦମକଳ ବାହିନୀ ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେପଟେ ଦୁର୍ଘଟଣା ନେଇ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବଏଲର ବିସ୍ଫୋରଣ ପଛରେ ବୈଷୟିକ ତ୍ରୁଟି ନା ଅନ୍ୟ କାରଣ ରହିଛି ସେ ନେଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *

Back to top button