
କ୍ରୀଡାAsian Games: ସ୍ୱର୍ଣ୍ଣ ବିଜୟୀଙ୍କୁ ଓଡ଼ିଶାର ବଡ଼ ପୁରସ୍କାର, ପ୍ରତି ମହିଳା ହକି ଖେଳାଳିଙ୍କୁ ୧୧ ଲକ୍ଷ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Asian Games: ସ୍ୱର୍ଣ୍ଣ ବିଜୟୀଙ୍କୁ ଓଡ଼ିଶାର ବଡ଼ ପୁରସ୍କାର, ପ୍ରତି ମହିଳା ହକି ଖେଳାଳିଙ୍କୁ ୧୧ ଲକ୍ଷ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ସ୍ୱର୍ଣ୍ଣ ବିଜୟୀଙ୍କୁ ଓଡ଼ିଶାର ବଡ଼ ପୁରସ୍କାର । ଏସିଆନ୍ ଗେମ୍ସ ମହିଳା ହକିରେ ସ୍ୱର୍ଣ୍ଣ ପଦକ । ଏସିଆନ୍ ଗେମ୍ସ ୨୦୨୬ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳ ପାଇଁ ବଡ଼ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ଦିଆଯିବ ।
ସେହିପରି ଦଳର ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କ ପାଇଁ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି । ସ୍ୱର୍ଣ୍ଣ ପଦକ ବିଜୟ ପାଇଁ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ, ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଦେଶ ପାଇଁ ଗୌରବ ଆଣିଛି ବୋଲି ସେ କହିଛନ୍ତି ।
ଭାରତୀୟ ହକି ସହ ଓଡ଼ିଶା ସରକାର ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି । ଦେଶରେ ହକି ସହିତ କ୍ରୀଡ଼ା ପ୍ରତିଭାକୁ ଆଗକୁ ନେବା ଏବଂ ଉତ୍କୃଷ୍ଟ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ସମର୍ଥନ ଜାରି ରହିବ ବୋଲି କୁହାଯାଇଛି ।ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଦଳ । ଫାଇନାଲରେ ଆୟୋଜକ ଚୀନକୁ ୧-୦ ଗୋଲ୍ ରେ ହରାଇ ଜିତିଲା ସ୍ୱର୍ଣ୍ଣ ପଦକ ।
ଏହି ବିଜୟ ସହ ମହିଳା ହକିରେ ସ୍ୱର୍ଣ୍ଣ ପାଇଁ ଭାରତର ୪୪ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ୧୯୮୨ରେ ଦିଲ୍ଲୀ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିବା ପରେ ଭାରତୀୟ ମହିଳା ହକି ଦଳ ପୁଣି ଜଲୱା ଦେଖାଇଛି । ଏହି ସ୍ୱର୍ଣ୍ଣ ସହ ମହିଳା ହକି ଦଳ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ମଧ୍ୟ ହାସଲ କରିଛି ।