
ରାଜ୍ୟ
Hirakud Gate: କମିଲା ହୀରାକୁଦକୁ ଜଳ ପ୍ରବେଶ, ଆଉ ୧୦ ଟି ଗେଟ୍ ବନ୍ଦ
ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ନେଇ ଆସିଛି ନୂଆ ଅପଡେଟ୍ । ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ପର୍ଯ୍ୟାୟକ୍ରମେ ଆଉ ୧୦ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ୫ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି ।
ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୬୦ ଫୁଟ୍ ରହିଛି । ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୨,୦୪,୮୬୪ କ୍ୟୁସେକ୍ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ତଳମୁଣ୍ଡକୁ ୨,୧୭,୫୬୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଜଳ ପ୍ରବେଶ ପରିମାଣ କମିବାରୁ ପର୍ଯ୍ୟାୟକ୍ରମେ ଗେଟ୍ ବନ୍ଦ କରାଯାଉଛି। ଏପର୍ଯ୍ୟନ୍ତ ୧୦ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ବର୍ତ୍ତମାନ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଆଗାମୀ ସମୟରେ ଜଳ ପ୍ରବେଶ ପରିମାଣ ଏବଂ ଜଳଭଣ୍ଡାରର ଜଳସ୍ତରକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।