
Deep Depression Effect: ଡିପ୍ ଡିପ୍ରେସନର ପ୍ରଭାବ, ରାୟଗଡ଼ାରେ ରେଳ ଟ୍ରାକ୍ ଉପରେ ଖସିଲା ମାଟି
ଡିପ୍ ଡିପ୍ରେସନ୍ ର ପ୍ରଭାବ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି । ରେଳ ଟ୍ରାକ ଉପରେ ଖସିଲା ପଥର । ସମସ୍ତ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । କିନ୍ତୁ ବିପଦ ସଙ୍କେତ ତଳେ ବଂଶଧାରା ଓ ନାଗାବଳୀ ପ୍ରବାହିତ ହେଉଛି । ଗତ ୪ ଦିନ ଧରି ଲଗାଣ ବର୍ଷା ଯୋଗୁ ଆଜି ରେଳ ଚଳାଚଳ ମଧ୍ଯ କିଛିକାଂଶରେ ବାଧାପ୍ରାପ୍ତ ହୋଇଛି । ଗୁଡାରୀ ବ୍ଲକ୍ ଅନ୍ତର୍ଗତ ମଧୁବନ ପଂଚାୟତ ର ସୁକୁଡ଼ୁବାଜୁ ଗାଁ ରେ ଭୂଷ୍କଳନ ଯୋଗୁ ରାସ୍ତା ଅବରୋଧ ହୋଇଛି । ଲେଲ୍ଲିଗୁମା ଓ ରାଉଳି ଷ୍ଟେସନ୍ ମଧ୍ଯରେ ରେଳ ଉପରେ ମାଟି ଖସିଛି । ଫଳରେ ରେଳ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ପରେ ରାୟଗଡାରୁ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେଳ ଧାରଣାରୁ ମାଟି ହଟାଇଥିଲେ ।
କିଛି ସ୍ଥାନରେ ମଧ୍ୟ ଟ୍ରକ୍ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବାର ଦେଖିବାକୁ ମିଳିଛି । ତେବେ ଦୀର୍ଘ ୩ଘଣ୍ଟା ପରେ ରେଳ ଟ୍ରାକ୍ ଉପରୁ ସମସ୍ତ ମାଟିକୁ ହଟାଇବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି । ସେହିଭଳି ରାୟଗଡ଼ା ଜିଲ୍ଲାର ଫୁଲକୋଣା ଛକ ,ଶେଷଖଳ ଓ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ବଡ ବଡ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ଅଗ୍ନିଶମ ବିଭାଗ ଯାଏ ରାସ୍ତା ସଫା କରି ଗମନାଗମନ ସ୍ୱାଭାବିକ କରିଛନ୍ତି । ସେହିଭଳି ବିଷମକଟକ ବ୍ଲକ୍ ଅନ୍ତର୍ଗତ ଥୁଆପାଡ଼ି ଓ ନୂଆଗାଁରେ କାନ୍ଥ ଭୁଶୁଡ଼ି ପଡ଼ିଛି । ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ।