ରାଜ୍ୟ

School Closed: ବର୍ଷା ପାଇଁ ବଡ଼ ନିଷ୍ପତ୍ତି, ୫ ଜିଲ୍ଲାରେ ସ୍କୁଲ-ଅଙ୍ଗନୱାଡି ବନ୍ଦ

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାରେ ସ୍କୁଲ ଛୁଟି । ରାୟଗଡ଼ା, କୋରାପୁଟ, ଗଜପତି ଜିଲ୍ଲାରେ ବନ୍ଦ ରହିବ ସବୁ ସ୍କୁଲ। ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ ରହିବ । ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଗୁଡିକ ବନ୍ଦ ରହିବ । ସେହିଭଳି ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ । ଏହି ସମୟରେ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ବର୍ଷାଜନିତ ଯେକୌଣସି ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍କୁଲ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି । ଆବଶ୍ୟକ ପଡ଼ିଲେ ବିଦ୍ୟାଳୟ କୋଠାକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇପାରେ । ଅନ୍ୟପଟେ, ଗଞ୍ଜାମ ଓ ନବରଙ୍ଗପୁରର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ଯାତାୟାତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେଣୁ ବର୍ଷା ସମୟରେ ଛାତ୍ରଛାତ୍ରୀ ଓ ଛୋଟ ପିଲାଙ୍କୁ ଘରୁ ବାହାରକୁ ନଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *

Back to top button