ରାଜ୍ୟ

Jalaka River: ପୁଣି ଡରାଇଲା ଜଳକା, ବିପଦ ସଙ୍କେତ ଉପରେ ନଦୀର ଜଳ

ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ବିପଦ ସଙ୍କେତ ରହିଛି ୬.୫୦ ମିଟର । ସକାଳ ୮ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୭୬ ମିଟରରେ ପ୍ରବାହିତ ହେଉଛି । ଚଳିତ ବର୍ଷ ଜଳକା ନଦୀରେ ବାରମ୍ବାର ବନ୍ଯା ଆସିବା ଫଳରେ ବସ୍ତା ବ୍ଲକର ହଜାର ହଜାର ହେକ୍ଟର ଜମିରେ ଚାଷ ସମ୍ପୂର୍ଣ୍ଣ ଉଜାଡି ଦେଇଥିବା ବେଳେ ଯଦି ପୁଣି ବନ୍ଯା ଆସେ ତାହାହେଲେ ବସ୍ତା ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ଏବଂ ସଦର ବ୍ଲକ ର ୨ ଟି ପଞ୍ଚାୟତ ବନ୍ଯା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା କରଯାଉଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଯଦି ଜଳସ୍ତର ଆହୁରି ବଢ଼ି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ବସ୍ତା ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହିପରି ବାଲେଶ୍ୱର ସଦର ବ୍ଲକର ଦୁଇଟି ପଞ୍ଚାୟତ ମଧ୍ୟ ବନ୍ୟା ପ୍ରଭାବିତ ହୋଇପାରେ । ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ନଦୀକୂଳିଆ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି । ଲୋକେ ନଦୀର ଗତିବିଧି ଉପରେ ନଜର ରଖିଛନ୍ତି । ଅନ୍ୟପଟେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ମଧ୍ୟ ସଜାଗ ରହିବା ଆବଶ୍ୟକ ହୋଇପଡ଼ିଛି। ଲଗାଣ ବର୍ଷା ଜାରି ରହିଲେ ଜଳକାର ଜଳସ୍ତର ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *

Back to top button