ଦେଶ ବିଦେଶ

No UPI Day : ନୂଆ UPI ନିୟମକୁ ବ୍ୟବସାୟୀଙ୍କ ବିରୋଧ, ପକେଟରେ ରଖନ୍ତୁ କ୍ୟାଶ୍

ପୁଣି ଫେରିବେ ନଗଦ ଯୁଗ । ଗ୍ରାହକ ପକେଟରେ କ୍ୟାଶ୍ ରଖନ୍ତୁ, ନଚେତ ଦୋକାନକୁ ଗଲେ ହେବେ ହଇରାଣ । ମଧ୍ୟପ୍ରଦେଶରେ ନୂଆ UPI ନିୟମକୁ ବିରୋଧ କରି ଆଜି ବ୍ୟବସାୟୀମାନେ ନୋ UPI ଡେ ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଇନ୍ଦୋର, ଭୋପାଳ, ଜବଲପୁର ଓ ଗ୍ୱାଲିୟର ସମେତ ରାଜ୍ୟର ବଡ଼ ସହରଗୁଡ଼ିକରେ ବ୍ୟବସାୟୀମାନେ UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ ନକରିବା ଅଭିଯାନ ଚଳାଇବେ । ପେଟ୍ରୋଲ ପମ୍ପ ଡିଲର୍ସ ଆସୋସିଏସନ୍ ପରେ ଏବେ ବ୍ୟବସାୟୀ ସଂଗଠନଗୁଡ଼ିକ ମଧ୍ୟ UPI ସହ ଜଡ଼ିତ ନୂଆ ନିୟମକୁ ବିରୋଧ କରିଛନ୍ତି । ତେଣୁ ବ୍ୟବସାୟୀମାନେ ମଧ୍ୟ ଏହାର ବିରୋଧ କରିଛନ୍ତି ।

ବ୍ୟବସାୟୀମାନଙ୍କ କହିବା ଅନୁସାରେ, ନୂଆ ନିୟମ ଲାଗୁ ହେବା ପୂର୍ବରୁ ହିଁ ସେମାନେ UPI ପେମେଣ୍ଟ ଗ୍ରହଣ ବନ୍ଦ କରିବେ । ଏଥିସହ ସରକାର ନୂଆ UPI ନିୟମକୁ ପ୍ରତ୍ୟାହାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଇନ୍ଦୋରରୁ ଏହି ବିରୋଧ ଅଭିଯାନର ଆରମ୍ଭ ହୋଇଥିବା ଜଣାପଡ଼ିଛି । ସେଠାରେ ୧୨୫ରୁ ଅଧିକ ବ୍ୟବସାୟୀ ସଂଘ ଏବଂ ପ୍ରାୟ ୨ ଲକ୍ଷ ବ୍ୟବସାୟୀ ନୋ UPI ଡେ ଆନ୍ଦୋଳନକୁ ସମର୍ଥନ କରିଥିବା ଦାବି କରାଯାଇଛି ।

ଇନ୍ଦୋରର ସରାଫା ବଜାର, କ୍ଲଥ୍ ମାର୍କେଟ୍ ଓ ମାରୋଠିଆ ବଜାର ଭଳି ପ୍ରମୁଖ ଥୋକ ଓ ଖୁଚୁରା ବଜାରରେ ଡିଜିଟାଲ୍ ଦେଶନେଣ ବନ୍ଦ ରଖିବାକୁ ବ୍ୟବସାୟୀମାନେ ଆହ୍ୱାନ ଦେଇଛନ୍ତି । ତେଣୁ ଏଠାରେ ଆଜି ଡିଜିଟାଲ ଦେଣନେଣ ସଂପୂର୍ଣ୍ଣ ଭାବେ ଠପ୍ ହେବାର ନଜର ରହିଛି । ନୂଆ ନିୟମକୁ ନେଇ ବ୍ୟବସାୟୀ ଓ ସରକାରଙ୍କ ମଧ୍ୟରେ ଏହି ବିରୋଧ ଆଗକୁ କିପରି ଗତି କରିବ, ତାହା ଉପରେ ନଜର ରହିଛି ।

Leave a Reply

Your email address will not be published. Required fields are marked *

Back to top button